Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ...

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ...

  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

Home ›› ››ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

2024-11-07 18:58:51
15626
Share:
Facebook
Twitter
E-Mail
WhatsApp
Telegram
ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ ।  ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି।


ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍‌ ପକ୍ଷରୁ  ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି। 


ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍‌ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ଗୋମାତା, ଗଙ୍ଗା, ଗୀତା, ଗାୟତ୍ରୀ ଓ ଗୁରୁ ହେଉଛନ୍ତି ଆମ ସଭ୍ୟତା ଓ ସଂସ୍କୃତିର ପ୍ରତୀକ। ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଇର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି। ଆମର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଓ ମହାତ୍ମ୍ୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା।      ଗୋପାଳନ, ଗବ୍ୟ ପଦାର୍ଥର ଉପଯୋଗୀତା, ଗୋ ସମ୍ପର୍ଦ୍ଧନା, ଗୋ ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋ ଆଧାରିତ ଜୈବିକ କୃଷି ଆଦି ବିଷୟ ବସ୍ତୁ ଉପରେ ଆଧାରିତ  ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ଜାଗୃତ କରିଛି। ଯାହା ଫଳରେ ଆଜି ହଜାର ହଜାର ଲୋକ ଗୋସେବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁଜୀଙ୍କ ଏହି ଉଦ୍ୟମ ବଳରେ ଗୋସେବା କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହୋଇଛି। 


ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଗୋମାତା ଏବଂ ଗୋ ସମ୍ପଦର କେବଳ ସାମାଜିକ ଓ ଧର୍ମୀୟ ମହତ୍ବ ନାହିଁ ଏହାର ଅର୍ଥନୈତିକ ପ୍ରାସଙ୍ଗୀକତା ମଧ୍ୟ ରହିଛି। ଆମ ଦେଶର ଗ୍ରାମୀଣ ଅର୍ଥନୀତିର ବିକାଶରେ ଗୋସମ୍ପଦର ବହୁଳ ପ୍ରଭାବ ରହିଛି। 


ସେ କହିଥିଲେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଗୋସମ୍ପଦର ବୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବର ସହିତ ନେଉଛନ୍ତି। ଆମ ସରକାର ଏହି ଆଭିମୁଖ୍ୟ ଅନୁସାରେ ସ୍ପଷ୍ଟତାର ସହ କାର୍ଯ୍ୟ କରୁଛନ୍ତି। ଗୋସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନିଆଯିବ।  ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ।


ପୁଣି କହିଥିଲେ ଓଡିଶାରେ ଦୁଗ୍ଧର ଚାହିଦା ଓ ଦୁଗ୍ଧ ଉପଲବ୍ଧତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ପ୍ରତି ବର୍ଷ ୨ହଜାର ହିତାଧିକାରୀଙ୍କୁ ଦୁଇ ଗୋଟି ଲେଖାଏ ଗାଇ, ୨୦ହଜାର ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, ଦୁଧିଆଳୀ ଗାଇଙ୍କ ବୀମା ପାଇଁ ସହାୟତା ଆଦି ରହିଛି। କେବଳ ଗୋ ପାଳନ ନୁହେଁ ଗୋ ସୁରକ୍ଷା ମଧ୍ୟ ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ଗୋଶାଳ କାର୍ଯ୍ୟକ୍ଷମ ଅଛି ଏବଂ ଏହି ସବୁ ଗୋଶାଳାରେ ଅବହେଳିତ ଗୋ ସମ୍ପଦଙ୍କୁ ଉଦ୍ଧାର କରି ଚିକିତ୍ସା କରି ଯତ୍ନ ନିଆଯାଉଛି। ଏଗୁଡିକର ଖର୍ଚ୍ଚ ଗୋଶାଳା ମାନେ ନିଜେ ଯୋଗାଡ କରୁଛନ୍ତି। ସରକାରୀ ସହାୟତା ମଧ୍ୟ ଦିଆଯାଉଛି। ଆମକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିବା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋମାତାଙ୍କୁ ଆଡପ୍ଟ କରି ତାଙ୍କ ଖାଦ୍ୟ ନିମନ୍ତେ ଯୋଗଦାନ ଦେଇ ଗୋଶାଳା ଗୁଡିକୁ ସହାୟତା କରିବା ପାଇଁ ଆହ୍ବାନ କରିଥିଲେ।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଆୟୋଜିତ ପୁଜାରେ ଯୋଗଦେବା ସହ ଗୋଶାଳା ବୁଲି ଦେଖିଥିଲେ।



କାର୍ଯ୍ୟକ୍ରମ ରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଥିଲେ ଯେ ଗୋ ମାତା ଙ୍କ ସହ ହିନ୍ଦୁ ସମାଜ ର ନିବିଡ ସମ୍ପର୍କ ରହିଛି।ଗୋ ସେବା କଲେ ପୂଣ୍ୟ ମିଳେ ଓ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।ଗୋ ମାତା ଙ୍କ ସୁରକ୍ଷା, ଗୋ ବଂଶ ବୃଦ୍ଧି ଏବଂ ଗୋ ହତ୍ୟା ବନ୍ଦ ପାଇଁ ରାଜ୍ୟ ସରକାର   ପଦକ୍ଷେପ ନେଉଛନ୍ତି । ଓଡ଼ିଶା ରେ ଗୋ ମାତା ଙ୍କ ଖାଦ୍ୟ ବାବଦ କୁ ପ୍ରତ୍ୟେକ ଗାଈ ପିଛା ଦୈନିକ ୫୪ ଟଂକା ଯୋଗାଇ ଦିଆଯାଉଛି। ରାଜ୍ୟର ଗୋଶାଳା ମାନଙ୍କ ସହାୟତା ପାଇଁ ୨୩ କୋଟି ଟଂକା ପ୍ରଦାନ କରାଯିବ ।


ପରମହଂସ ପ୍ରଜ୍ଞାନା ନନ୍ଦ ମହାରାଜ କହିଥିଲେ ଯେ, ଆମ ସମସ୍ତ ଙ୍କ ହୃଦୟର ସ୍ପନ୍ଦନ ରେ ଗୋ ସେବା ସ୍ୱତନ୍ତ୍ର ସ୍ଥାନ ନେଉ। ଗୋ ମାତା ସୁସ୍ଥ ରହିଲେ ଧରିତ୍ରୀ ସୁସ୍ଥ ରହିବ। ଓଡ଼ିଶା ଗୋ ସେବା ସମିତି ଗୋ ବଂଶ ର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ।


କାର୍ଯ୍ୟକ୍ରମରେ ସ୍ବାମୀ ଦୀନବନ୍ଧୁ ଦାସ ମହାରାଜ ଗୋ-ମହିମା ବିଷୟରେ କହିଥିଲେ। 


ଏହି ଅବସର ରେ ସ୍ମରଣିକା ଗୋ ମୁଖ ଏବଂ ଅନ୍ୟ ଏକ ପୁସ୍ତକ ଏଇ ମାଟି ର ରତ୍ନମାଳା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁ, ସନ୍ଥ, ଗୋ ସେବକ, ଗୋ ପାଳକ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା
    ବିଶେଷ

    ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14993
    Jun 24, 2026
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15323
    Jun 24, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13849
    Jun 23, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    14145
    Jun 23, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ
    ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15267
    Jun 23, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15777
    Jun 22, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    15034
    Jun 22, 2026
  • ୨ ଫାଳ ଉଦ୍ଧବସେନା  : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ
    ରାଜନୀତି

    ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    14168
    Jun 23, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14706
    Jun 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15777
    Jun 22, 2026
  • ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15323
    Jun 24, 2026
  • ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ସିଧା ଯମରାଜଙ୍କ ପାଖକୁ ଯିବ

    15034
    Jun 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16942
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17560
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17610
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18006
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14993
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15158
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15021
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15634
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14499
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13784
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14874
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15489
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15240
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14993
    Jun 24, 2026
  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15890
    Jun 23, 2026
  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    14168
    Jun 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In