Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ...

  • କେରଳରେ ପ୍ରବେଶ କଲା ମୌସୁମୀ

  • ତୃତୀୟ ବିବାହ କରିବେ ଅମିର ଖାନ୍

  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ...

  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ...

  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ...

  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ...

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ...

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ...

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

Home ›› ››ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ -- ମୁଖ୍ୟମନ୍ତ୍ରୀ

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ -- ମୁଖ୍ୟମନ୍ତ୍ରୀ

2024-11-07 12:56:34
15664
Share:
Facebook
Twitter
E-Mail
WhatsApp
Telegram
ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ -- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ (Sensitization) କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। 

ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସମାଜ (Civil Society)ର ପ୍ରତିନିଧି, ମହିଳା ଓ ଶିଶୁ ବିକାଶ କର୍ମୀ, ସୂଚନା ଅଧିକାର କର୍ମୀ, ପାରା-ଲିଗାଲ ଆକ୍ଟିଭିଷ୍ଟ, ଯୌନଶୋଷଣ ସୁରକ୍ଷା କର୍ମୀ, ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଦୁଇ ଯୁଗାନ୍ତକାରୀ ଆଇନର ପ୍ରଣୟନ ସମ୍ଭନ୍ଧରେ ବ୍ୟକ୍ତିଗତ ସ୍ତରରେ ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଭାରତ ସମ୍ବନ୍ଧରେ ଧାରଣା ଅଛି- ‘India is an over-legislated, but under implemented country’. ଆମ ଦେଶରେ ଆଇନ କାନୁନ ବହୁତ ଅଧିକ। ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ଗତ ଦଶ ବର୍ଷରେ ମାନନୀୟ ପ୍ରଧାନମନ୍ତ୍ରୀ ୧,୫୫୦ ରୁ ବି ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ନ୍ୟାୟ ପ୍ରଣାଳୀ ବା ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାର କରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ ମସିହାରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ଆଜି ପର୍ଯ୍ୟନ୍ତ ପାଳନ କରୁଥିଲୁ। କିନ୍ତୁ ଭାରତ ପରି ଏକ ବିବିଧତାରେ ପରିପୂର୍ଣ୍ଣ ସମାଜରେ ୧୬୪ ବର୍ଷର ନିୟମ କେତେଦୂର ପ୍ରାସଙ୍ଗିକ ଆପଣମାନେ ଜାଣିଛନ୍ତି। ଏହା ଛଡା ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସଂପୂର୍ଣ୍ଣ ରୂପେ କ୍ଷମତାସମ୍ପନ୍ନ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। 


ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ଦୁଇଟି ନୂତନ ଆଇନକୁ ପ୍ରବର୍ତ୍ତନ କଲେ। ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଏହି ତିନୋଟି ଆଇନ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ। 


ନୂତନ ଭାବେ ପ୍ରଣିତ ଏହି ଆଇନକୁ ପୀଡିତ-କୈନ୍ଦ୍ରିକ (Victim-Centric) କରାଯାଇଛି ବୋଲି ମତ ଦେଇ ସେ କହିଲେ ଯେ, ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ (Criminal-Centric) ଥିଲା। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଵଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ଵରିତ ନ୍ୟାୟ ପ୍ରଦାନ।  

    

ଭାରତୀୟ ନାଗରିକ ସୁରକ୍ଷା ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ କରିବା। ପୋଲିସର କାର୍ଯ୍ୟକୁ ନ୍ୟାୟ ସଙ୍ଗତ, ବିଧି ସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ CrPC ରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଥିଲେ। 


    ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମ ସହିତ ଜିରୋ ଏଫଆଇଆର ର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ କହିଥିଲେ। ସେହିପରି ଭାବେ ୧୫ ବର୍ଷରୁ କମ ଏବଂ ୬୦ ବର୍ଷର ବ୍ୟକ୍ତି, ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ତଥା ମହିଳା ଥାନାକୁ ନଯାଇ ମଧ୍ୟ ବିବୃତ୍ତି ରେକର୍ଡ କରିପାରିବାର ବ୍ୟବସ୍ଥା, ପୋକସୋ ଆଇନରେ ୬୦ ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ଅର୍ଗାନାଇଜ୍‌ଡ କ୍ରାଇମ ଆଦି ବିଷୟରେ ଏହି ନୂତନ ସଂହିତାରେ ପ୍ରାବଧାନ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।    

ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜୋରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା (Community Service) କରିବା ପାଇଁ ବ୍ୟବସ୍ଥା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଦ୍ୱାରା ଜେଲ ଗୁଡିକରୁ ଅତ୍ୟଧିକ ଭିଡ କମିବା ସହିତ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧୀଭାବେ ବିଚାର ନ କରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ। ଏହା ନିଶ୍ଚିତ ଭାବେ ଅନେକ ଯୁବ ବର୍ଗଙ୍କୁ, ବେଶେଷ ଭାବେ ଯେଉଁମାନେ ପେଷାଦାର ଅପରାଧୀ ନୁହନ୍ତି, ତାଙ୍କୁ ମୁଖ୍ୟ ଧାରାରେ ପ୍ରତ୍ୟବାର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ ସେ କହିଥିଲେ। 

    

ମବ୍-ଲିଞ୍ଚିଙ୍ଗ, ସଂଗଠିତ ଅପରାଧ, ରାହାଜାନି, ରାଜଦ୍ରୋହ ଆଦି କ୍ଷେତ୍ରରେ ନୂଆ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।


ଓଡିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛା ଶକ୍ତିର ଅଭାବ ଥିଲା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,  ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ, ଯଦି ଅଭାବ ଅଛି ସେଇଟା ହେଉଛି କାର୍ଯ୍ୟକାରୀ କରିବାରେ ଢିଲା ମନଭାବ। ଉଦାହରଣ ଦେଇ ସେ କହିଲେ ଯେ ମହିଳା ହିଂସା ସମ୍ପର୍କିତ ମୋକଦମାର ଦଣ୍ଡ ବିଧାନ ହାର ଅଛି single digit ରେ। ୨୦୨୨ ସୁଦ୍ଧା NCRB ତଥ୍ୟ ଅନୁସାରେ ଏହି ହାର କେବଳ ୯.୩ ପ୍ରତିଶତ ଯାହା ଲଜ୍ୟା ଜନକ। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତିକରଣ କଥା କହୁଥିଲେ। ଏହା କି ପ୍ରକାର ମହିଳା ସଶକ୍ତି କରଣ, ବୁଝିବାର ଶକ୍ତି ବାହାରେ ବୋଲି ସେ କହିଥିଲେ। 


    ସେ କହିଥିଲେ ଯେ, ଉତ୍ତର ପ୍ରଦେଶରେ ଦଣ୍ଡ ବିଧାନ ହାର ହେଉଛି ୭୦.୮ ପ୍ରତିଶତ, ମିଜୋରମରେ ହେଉଛି ୬୮ ପ୍ରତିଶତ ଏବଂ ବିହାରରେ ହେଉଛି ୬୦.୯ ପ୍ରତିଶତ। ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ତଥ୍ୟ ହେଉଛି ବର୍ତ୍ତମାନ ଉତ୍ତର ପ୍ରଦେଶରେ ମହିଳା ନିର୍ଯ୍ୟାତନା ଘଟଣାର dispose off ହାର ହେଉଛି ୯୮ ପ୍ରତିଶତରୁ ବି ଅଧିକ। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଓଡିଶାର ଏହି ଲଜ୍ୟା ଜନକ ପରିସ୍ଥିତି ପାଇଁ କେବଳ ଦୁଇଟି କାରଣ, ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ଦ୍ଵିତୀୟଟି ହେଉଛି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଥିଲା। 

    

ସେ କହିଥିଲେ, “କିନ୍ତୁ, ବର୍ତ୍ତମାନ ଏ ସବୁ ଚାଲିବ ନାହିଁ। ମୁଁ ବିଧାନ ସଭାରୁ କହିଥିଲି ଯେ ଅପରାଧୀ ସୁଧୁରି ଯାଅନ୍ତୁ, ନ ହେଲେ ସୁଧାରିବା ପାଇଁ ସରକାରଙ୍କ ପାଖରେ ବହୁତ ବାଟ ଅଛି। ମୁଁ ଗତ ଜିଲ୍ଲାପାଳ ଏବଂ ପୋଲିସ ସମ୍ମିଳନୀରେ କହିଥିଲି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ, ଥାନା ଏବଂ ବିଚାରାଳୟରେ ଲମ୍ବିତ ଥିବା ମହିଳା ହିଂସା ସମ୍ବନ୍ଧୀୟ ସବୁ କେସକୁ ତର୍ଜମା କରାଯାଇ ଦଣ୍ଡ ବିଧାନ କରିବା ପାଇଁ ପଦକ୍ଷେପ ନିଆଯାଉ। ମାନ୍ୟବର ଆଇନ ମନ୍ତ୍ରୀଙ୍କୁ ନିବେଦନ କରିବି ଯେ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସ୍ୱତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ପଦକ୍ଷେପ ନିଅନ୍ତୁ।” 

    

କାର୍ଯ୍ୟକ୍ରରେ ଯୋଗଦେଇ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକ ଯେତେବେଳେ ଆଇନକୁ ବୁଝି ପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଆଇନର ସରଳୀକରଣ ଓ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଜାଗୃତିକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। ଓଡିଶାରେ ଗ୍ରାମ୍ୟ ନ୍ୟାୟାଳୟର ବ୍ୟବସ୍ଥା ଆରମ୍ଭ ହୋଇସାରିଛି ଏବଂ ଏହାକୁ ଆହୁରି ଆଗକୁ ନିଆଯିବ ବୋଲି ସେ କହିଥିଲେ । ଏହା ଦ୍ୱାରା ଗ୍ରାମ୍ୟସ୍ତରରେ ମଧ୍ୟସ୍ଥତା ଜରିଆରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ।


ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଲେ ଯେ, ସାଧାରଣ ଲୋକ ନ୍ୟାୟ ପାଇପାରିଲେ, ବ୍ୟବସ୍ଥା ଭଲ ଅଛି ବୋଲି କୁହାଯାଏ। ତେବେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଆଇନର ଉଦ୍ଦେଶ୍ୟ। ନୂଆ ଆଇନ ଲାଗୁ ହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି ବୋଲି ପ୍ରକାଶ କରି ସେ ଏହାର କେତେକ ଉଦାହରଣ ଦେଇଥିଲେ। ଏହା ଦ୍ୱାରା ଦେଶର ନ୍ୟାୟିକ ଦୃଶ୍ୟପଟ୍ଟ(Legal Landscape)ରେ ପରିବର୍ତ୍ତନ ଆସିବାର ଅୟମାରମ୍ଭ ହୋଇଛି ବୋଲି ସେ କହିଥିଲେ। 


    ପୂର୍ବତନ ସୂଚନା କମିଶନର ତଥା ବିଶିଷ୍ଟ ସୂଚନା ଅଧିକାର ଅକ୍ଟିଭିଷ୍ଟ ଶ୍ରୀ ଜଗଦାନନ୍ଦ କହିଲେ ଯେ, ଏହା ଏକ ଐତିହାସିକ ସମ୍ମିଳନୀ। ଆଇନ ସହିତ ଲୋକଙ୍କୁ ଯୋଡିବାର ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ। ସମାଜରେ ପରିବର୍ତ୍ତନ ସହିତ ସମାନୁପାତିକ ରୂପରେ ଆଇନର ପରିବର୍ତ୍ତନ ନହେଲେ ତାହା ଲୋକାଭିମୁଖୀ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ। ଆଇନଗୁଡିକୁ ସରଳ ଓଡିଆ ଭାଷା ସହିତ ବିଭିନ୍ନ ଆଦିବାସୀ ଭାଷାରେ ଆନୁବାଦ କରି ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଅଛି ବୋଲି ସେ ମତ ଦେଇଥିଲେ।


ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର
    ଦେଶ-ଦେଶାନ୍ତର

    ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର

    14662
    Jun 04, 2026
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13552
    Jun 04, 2026
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15522
    Jun 04, 2026
  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14435
    Jun 04, 2026
  • ତୃତୀୟ ବିବାହ କରିବେ ଅମିର ଖାନ୍
    ଦେଶ-ଦେଶାନ୍ତର

    ତୃତୀୟ ବିବାହ କରିବେ ଅମିର ଖାନ୍

    13350
    Jun 04, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା
    ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13754
    Jun 04, 2026
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15624
    Jun 03, 2026
  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’
    ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15803
    Jun 03, 2026
  • କେରଳରେ ପ୍ରବେଶ କଲା ମୌସୁମୀ
    ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14388
    Jun 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13754
    Jun 04, 2026
  • ଦେଶ-ଦେଶାନ୍ତର

    ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15522
    Jun 04, 2026
  • ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14388
    Jun 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16905
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17523
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17572
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17960
    Sep 06, 2023

ବିଶେଷ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14692
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14676
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15220
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15289
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14895
    May 29, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15448
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15192
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15677
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14016
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14435
    Jun 04, 2026
  • କେରଳରେ ପ୍ରବେଶ କଲା ମୌସୁମୀ

    14388
    Jun 04, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13754
    Jun 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In