ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ
ଅନୁଗୁଳ: ଅନୁଗୁଳ ଛେଣ୍ଡିପଦାରେ ଏକୁଟିଆର ସୁଯୋଗ ନେଇ ଜଣେ ମହିଳା ଡାକ୍ତରଙ୍କୁ ଖାଦ୍ୟ ପାର୍ସଲ କରିବାକୁ ଆସିଥିବା ହୋଟେଲ ମାଲିକର ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଡାକ୍ତରାଣୀ ମେଡିକାଲ କ୍ୱାଟର୍ସରେ ନିଜ ୨ ଭାଇଙ୍କ ସହ ରହୁଥିଲେ। ସୋମବାର ରାତି ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ। ଖାଇବା ପାର୍ସଲ ଦେବା ବଦଳରେ ଯୁବକ ମହିଳା ଜଣକ ଅଶାଳୀନ ବ୍ୟବହାର କରିବା ସହ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତା ଡାକ୍ତରାଣୀଙ୍କୁ ଡାକ୍ତର ମାଇନା ପାଇଁ ପଠାଯାଇଥିବା ଅନୁଗୁଳ ଏସ୍ପି ସୂଚନା ଦେଇଛନ୍ତି।
Powered by Froala Editor