ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସତର୍କ, କ’ଣ ପାଇଁ ଜାଣନ୍ତୁ ?

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୁଲିସ ସତର୍କ କରାଇଛି । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଟ୍ୱିଟ କରି ଓଡ଼ିଶା ପୁଲିସ ସତର୍କ କରାଇଛି । ତେବେ କ’ଣ ପାଇଁ ଏଭଳି ସତର୍କ ସୂଚନା ସେ ସମ୍ପର୍କରେ ଜାଣନ୍ତୁ । ୧- ଗୋଟିଏ ନାମରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦିଆଯାଇଛି । ୨- ଆକାଉଣ୍ଟ ଖୋଲିବା ପୂର୍ବରୁ ପ୍ରାଇଭେସି ପଲିସିକୁ ଭଲ ଭାବେ ଯାଞ୍ଚ କରନ୍ତୁ ୩- ଅଚିହ୍ନା ଲୋକଙ୍କ ସହ କଥା ହୁଅନ୍ତୁ ନାହିଁ, ସାଙ୍ଗ ଚୟନ ଠିକଭାବେ କରନ୍ତୁ ୪- ସୋସିଆଲ ମିଡିଆରେ ନିଜ ଜରୁରୀ ତଥ୍ୟ ଗୋପନୀୟ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରକାଶ ଯେ, ଆଜିକାଲି ସୋସିଆଲ ମିଡିଆକୁ ବହୁ ଲୋକ ଅପବ୍ୟବହାର କରୁଛନ୍ତି । ଗୋଟିଏ ନାମରେ ଏକାଧିକ ଆକାଉଣ୍ଟ ଖୋଲି ଲୋକଙ୍କୁ ଭ୍ରମିତ କରିବା ସହ ଅନ୍ୟକୁ ଟଙ୍କା ମାଗୁଛନ୍ତି ।
Powered by Froala Editor