ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅପରାହ୍ନ ୨ଟା ୩୦ ସୁଦ୍ଧା ଶ୍ରୀ ମହାନାତ୍ର ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିପାରନ୍ତି । ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେବେ । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେବେ । ତେବେ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । କଟକଣା କୋହଳ ନେଇ ବ୍ୟବସାୟୀଙ୍କ ମହଲରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଏବେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡିକରେ ଦିନ ଗୋଟାଏ ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲୁଛି । ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି । ତେଣୁ ଏ ସମୟ କଟକଣାକୁ ଆଉ ଟିକିଏ କୋହଳ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଅନ୍ୟପକ୍ଷରେ ଜୀବିକା ପାଇଁ ନିଶ୍ଚିତଭାବେ କଟକଣା କୋହଳ ହେବା ଆବଶ୍ୟକ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । କିନ୍ତୁ ତାହା ପର୍ଯ୍ୟାୟ କ୍ରମେ ହେବା ଦରକାର । ସ୍ଥିତି ଦେଖି ପଦକ୍ଷେପ ନିଆଯିବ । ଆବଶ୍ୟକସ୍ଥଳେ କଟକଣା ଜାରି ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
Powered by Froala Editor