ନିୟମିତ ପନିର ଖାଇଲେ ମିଳିବ ଏହି ଲାଭ
-ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ପନିର୍ ଖାଇବା ଉଚିତ। କେଟୋ ଡାଏଟ୍ରେ ପନିର୍ ପ୍ରତିଦିନ ଖାଇବାକୁ ପରାମର୍ଶ ଦିଆଯାଇଥାଏ। -ପନିର୍ ଖାଇଲେ ସ୍ମୃତିଶକ୍ତି ବୃଦ୍ଧି ହେବାରେ ସହାୟକ ହେଉଥିବାବେଳେ ବୟସ୍କ ପିଢ଼ି ପ୍ରତିଦିନ ଅଳ୍ପ ପରିମାଣରେ ଖାଇବା ଭଲ। ଏ ବାବଦରେ ବିଶେଷଜ୍ଞ ମତ ଦେଇଛନ୍ତି, ଗୋଟିଏ କିମ୍ବା ଦୁଇ ଖଣ୍ଡ ପନିର୍ ମଧ୍ୟ ଖାଇପାରିବେ। ଆଲଜାଇମର୍ସ ଓ ଡିମେନ୍ସିୟା ରୋଗୀଙ୍କ ଉପରେ ପରୀକ୍ଷା କରାଯିବା ପରେ ଜଣାପଡ଼ିଛି, ସ୍ମୃତିଶକ୍ତି ଭଲ ରଖିବା ନିମନ୍ତେ ପ୍ରତିଦିନ ପନିର୍ ଖାଇବା ଭଲ। -ଯୁବତୀ ଓ ମହିଳାଙ୍କ ନିମନ୍ତେ ଏହା ଏକ ପୋଷକତତ୍ତ୍ବ ଭରପୂର ଖାଦ୍ୟ। ପ୍ରସବ ପରେ ଶରୀରକୁ ଶକ୍ତି ଦେବା ନିମନ୍ତେ ମହିଳାମାନେ ପନିର୍ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ। -ପନିର୍ରେ ଥିବା ତତ୍ତ୍ବ ଆମ ଦାନ୍ତ ଓ ହାଡ଼କୁ ମଧ୍ୟ ଶକ୍ତ କରିଥାଏ। ସକାଳ ଜଳଖିଆ ହେଉ କିମ୍ବା ଦ୍ବିପହର ଭୋଜନ ଅବା ରାତ୍ରି ବେଳା, ଯେ କୌଣସି ସମୟରେ ପନିର୍ ଖାଇଲେ ତାହା ଭଲରେ ହଜମ ହୋଇଯାଏ। ହେଲେ ପନିରକୁ ଅଧିକ ପରିମାଣରେ ଖାଇବା ଅନୁଚିତ। -ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ପନିର୍ ଖାଇଲେ ଆମ କେଶ ଓ ତ୍ବଚାର ସମସ୍ୟା ମଧ୍ୟ ଦୂର ହୁଏ। ପୋଟାସିୟମ୍ ଏଇ ଖାଦ୍ୟରେ ମଜହୁଦ୍ ଥିବାରୁ ତାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦ୍ରୋଗୀଙ୍କ ନିମନ୍ତେ ଏକ ଉତ୍ତମ ଖାଦ୍ୟ ବୋଲି ବିଶେଷଜ୍ଞଙ୍କ ମତ।
Powered by Froala Editor