ଆସନ୍ତା ୨୬ ଓ ୨୭ର ଛୁଟିକୁ ବାତିଲ୍ କଲେ ସରକାର
ସାଧାରଣତଃ ଚତୁର୍ଥ ଶନିବାର ଓ ରବିବାର ଏହି ଦୁଇଦିନ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟିଦିନ । ହେଲେ ବାତ୍ୟା ‘ଦାନ’ ଅନେକ କ୍ଷୟକ୍ଷତି ଘଟାଇଥିବାବେଳେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତେଣୁ ଆସନ୍ତା ୨୬ ଓ ୨୭ର ଛୁଟିକୁ ବାତିଲ୍ କରାଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ।
Powered by Froala Editor