ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିବ ପକ୍କା ଘର
ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ପକ୍କା ଘର ଦିଆଯିବ। ଏହା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଲାଗି ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
୭ ଦିନ ଭିତରେ ଫସଲ ଓ ଅନ୍ୟ କ୍ଷୟକ୍ଷତି ଆକଳନ କରାଯିବ । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ରବିବାର ଏରିୟଲ ସର୍ଭେ ମାଧ୍ୟମରେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଏହାସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଓଡ଼ିଶାବାସୀଙ୍କ ବିଜୟ ହେଲା । ବିରୋଧୀ ଦଳ ଭାବରେ ଓଡ଼ିଶା ପୋଲିସର ଚେହେରା ଦେଖିଥିଲି ଏବେ ଓଡିଶା ପୋଲିସ ର ସମ୍ବେଦନଶୀଳ ମଣିଷ ପ୍ରେମୀ ଚେହେରା ଦେଖିଲି । ରାସ୍ତା ସଫା ସରିଲାଣି । ଚାରି ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି । ଟେଲିକମର କୌଣସି ଅଭିଯୋଗ ଆସିନାହିଁ । କିଛି ସ୍ଥାନରେ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଖୁବ ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ । ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ । ଏହା ବାଦ୍ ଆଶା ଦିଦି ଶ୍ରାବଣୀର କାର୍ୟ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଗୋ ସମ୍ପଦକୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କଲେ । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ |
Powered by Froala Editor