ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ
ଗୁଜରାଟର ଦାହୋଦ ଜିଲ୍ଲାର ଆଭଲୋଦ ଗାଁରେ ଏକ ବିବାହ ଉତ୍ସବରେ ବିଷାକ୍ତ ଖାଦ୍ୟ ଖାଇବା ପରେ ୪୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ବହୁ ସଂଖ୍ୟକ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁସାରେ, ବିବାହ ଉତ୍ସବରେ ଲୋକେ ଖାଦ୍ୟ ଖାଇବାର କିଛି ଘଣ୍ଟା ମଧ୍ୟରେ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ। ଅସୁସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁଯାୟୀ, ଅଧିକାଂଶ ପୀଡ଼ିତଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି। ଏହି ଘଟଣା ପୁଣି ବଡ଼ କାର୍ଯ୍ୟକ୍ରମରେ ଖାଦ୍ୟର ଗୁଣବତ୍ତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ପ୍ରଶ୍ନ ଉଠାଇଛି ।
ପ୍ରାଥମିକ ତଦନ୍ତରୁ ଖାଦ୍ୟରେ କିଛି ସମସ୍ୟାଥିବାର ସନ୍ଦେହ କରାଯାଇଛି। ପରିବେଷଣ କରାଯାଇଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ରିପୋର୍ଟ ଆସିବା ପରେ ହିଁ ଖାଦ୍ୟ ବିଷାକ୍ତ ହେବାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ତେବେ ଗୁଜରାଟରେ ଚଳିତ ମାସରେ ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେବା ମାମଲା ପ୍ରଥମ ନୁହେଁ । ଏପ୍ରିଲ ୯ ତାରିଖରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ଖାଇ ୧୦୦ ଜଣ ଅସୁସ୍ଥ ହୋଇଥିଲ।
Powered by Froala Editor