ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଅମର କଲୋନୀ ଥାନା କୈଳାସ ହିଲ ଅଞ୍ଚଳରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଆଇଆରଏସ ଅଧିକାରୀଙ୍କ ୨୨ ବର୍ଷୀୟା ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା କରାଯାଇଥିବା ଜଣାପଡିଛି। ପୁଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୬ଟା ୩୦ ମଧ୍ୟରେ ମୃତକଙ୍କ ବାପାମାଆ ଜିମ୍ପୋ ଯାଇଥିଲେ। ଏହି ସମୟରେ ହିଁ ଘଟଣାଟି ଘଟିଥିଲା। ଦମ୍ପତି ଫେରିବା ପରେ ସେମାନେ ଘର ଭିତରେ ସେମାନଙ୍କ ଝିଅକୁ ମୃତ ଅବସ୍ଥାରେ ଦେଖିଥିଲେ। ଏବଂ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇବା ପରେ, ଏକ ପୁଲିସ୍ ଟିମ୍ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତକଙ୍କୁ ହତ୍ୟା କରିବା ଲାଗି ମୋବାଇଲ୍ ଚାର୍ଜର ବ୍ୟବହାର କରାଯାଇଥିବା ଜଣାପଡିଛି।
Powered by Froala Editor