ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିର ଶୋଭାଯାତ୍ରାରେ ଟ୍ରାଫିକ୍ ଜାମ୍ ଦେଖି ଜଣେ ମହିଳା ରାଗିଯାଇ ଚିତ୍କାର କରି ଶୀଘ୍ର ରାସ୍ତା ସଫା କରିବା ଭିଡ଼ିଓ ଭାଇରାଲ ପରେ କ୍ଷମା ମାଗିଛନ୍ତି ବିଜେପି ମନ୍ତ୍ରୀ। ଶୋଭାଯାତ୍ରା କରୁଥିବା ମନ୍ତ୍ରୀ ଗିରିଶ ମହାଜନ ଗଣମାଧ୍ୟମରେ ଉତ୍ତର ରଖି ଭୂଲ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି।
ମନ୍ତ୍ରୀ କହିଛନ୍ତି, ମହିଳା ଜଣକ ବହୁତ ରାଗି ଯାଇଥିଲେ। କଠୋର ଭାବରେ କଥା ହୋଇଥିଲେ। କେବଳ ଜଣେ ମହିଳା ନୁହନ୍ତି ଅନେକ ଲୋକ ବିରକ୍ତ ହୋଇଥିଲେ।
ଟ୍ରାଫିକ ସମସ୍ୟା ଥିବା ସ୍ୱୀକାର କହିଛନ୍ତି ଯେ, ଟ୍ରାଫିକ୍ ଜାମ୍ ଥିଲା। ମହିଳାଜଣକ ପୁଲିସ ପାଖକୁ ଯାଇଥିଲେ କିନ୍ତୁ ଅଣଦେଖା ଅନୁଭବ କରିଥିଲେ। ତେଣୁ ଅଧିକ ଆକ୍ରମଣାତ୍ମକ ହୋଇଗଲେ। ମୁଁ ବୁଝି ପାରୁଛି ଯେ, ଶୋଭାଯାତ୍ରା ପ୍ରାୟ ଏକ ଘଣ୍ଟା ବିଳମ୍ବରେ ହୋଇଥିଲା। ଯାହା ଲୋକଙ୍କୁ ଅସୁବିଧାରେ ପକାଇଥିଲା। କିନ୍ତୁ ସେଠାରେ ଯାଉଥିବା ଗାଡିକୁ ଯିବାକୁ କହିଥିଲୁ। ତଥାପି କେତେଜଣ ବୋତଲ ଫିଙ୍ଗିଥିଲେ ଯାହା ଭୁଲ ଥିଲା। ମୁଁ ତାଙ୍କୁ ଏବଂ ଅନ୍ୟମାନଙ୍କଠାରୁ କ୍ଷମା ମାଗିଥିଲି, କହିଥିଲି ଯେ ରାସ୍ତା ୧୦ ମିନିଟ୍ ମଧ୍ୟରେ ସଫା ହୋଇଯିବ। ଆମେ ତାଙ୍କୁ ଅଧିକ ପ୍ରତିକ୍ରିୟା କିମ୍ବା ଖରାପ ଭାଷା ବ୍ୟବହାର ନକରିବାକୁ କହିଥିଲୁ ବୋଲି ମନ୍ତ୍ରୀ କହିଛନ୍ତି।
ଶେଷରେ ଘଟଣାରେ ଆଉଥରେ ଦୁଃଖ ପ୍ରକାଶକରି କ୍ଷମା ମାଗିବା ସହ ଆଗକୁ ଅଧିକ ସତର୍କ ରହିବାକୁ ମନ୍ତ୍ରୀ କହିଛନ୍ତି।
Powered by Froala Editor