ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରେ ବୋମା ଆତଙ୍କ
ଭୁବନେଶ୍ବର: ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରେ ବୋମା ଆତଙ୍କ | ବିମାନ ବନ୍ଦରରେ ବୋମା ଥିବା ଧମକପୂର୍ଣ୍ଣ କଲ ଆସିଥିବା ସୂଚନା ହସ୍ତଗତ ହୋଇଥିଲା । ଏହା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ମିଳିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି।.
ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ଯେ ନିୟମାନୁସାରେ ବିମାନବନ୍ଦରରେ ବୋମା ନିଷ୍କ୍ରିୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି ଏବଂ ବିମାନ ଉଡ଼ିବା ପାଇଁ ଅନୁମତି ଦିଆଯାଇଛି। ଏହାସହିତ ଝାରସୁଗୁଡ଼ାରେ ମଧ୍ୟ ବୋମା ଗୁଜବ ଶୁଣିବାକୁ ମିଳିଛି।
Powered by Froala Editor