ତିନି ଦିନ ପାଇଁ ଶିମିଳିପାଳ ବନ୍ଦ
ବାରିପଦା: ସମ୍ଭାବ୍ୟ ବାତ୍ୟା ‘ଦାନା’ ବାନ୍ଧୁଥିବା ନେଇ ଆଇଏମ୍ଡି ପକ୍ଷରୁ ଅପଡେଟ ରିପୋର୍ଟ ପ୍ରଦାନ କରାଯାଉଥିବା ବେଳେ ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତିନି ଦିନ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖରୁ ୨୫ ତାରିଖ ପର୍ୟ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବନ୍ଦ ରହିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପରେ ଶିମିଳିପାଳ ପୂର୍ବ ପରି ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିବ ବୋଲି ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚାଇ ଦିଆଯାଇଛି ।
Powered by Froala Editor