Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

ରାଜ୍ୟ
Home ›› ରାଜ୍ୟ ››କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

2021-06-30 02:12:48
14577
Share:
Facebook
Twitter
E-Mail
WhatsApp
Telegram
କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

ଭୁବନେଶ୍ୱର : ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଲେ, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟ ଭିତ୍ତିକ ପ୍ରଦର୍ଶନର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କୁ ଭୋକାଲ୍‍ ଫର୍‍ ଲୋକାଲ୍‍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ନିମନ୍ତେ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଶ୍ରୀ ସାମନ୍ତ କିସ୍‍ ଭଳି ଏକ ଅନନ୍ୟ ଅନୁଷ୍ଠାନ ଗଢ଼ି ଏହା ମାଧ୍ୟମରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଲାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନ୍ୟ ତିନିଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍‍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍‍ ହସ୍ପିଟାଲ୍‍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫେସନ୍‍ ଓ କଷ୍ଟିୟୁମ୍‍ ଡିଜାଇନର୍‍ ବିଭୁ ମହାପାତ୍ର। ଅତିଥିଙ୍କୁ ସ୍ୱାଗତ କରିବା ସହ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭନନ୍ଦନ ଜଣାଇ ଶ୍ରୀ ସାମନ୍ତ କହିଲେ, କିସ୍‍ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କ ଉପରେ ପ୍ରରୋକ୍ଷରେ ପ୍ରଭାବ ପକାଇ ପାରିଛି। ଏହା ଜନଜାତି ସଶକ୍ତିକରଣ ଇତିହାସରେ ଏକ ମାଇଲ୍‍ଖୁଣ୍ଟ। ୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ଯାହା ମୁଁ କେବେ ସ୍ୱପ୍ନରେ ଭାବି ନଥିଲି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ. ତ୍ରିପାଠୀ କହିଲେ, ତୁମେମାନେ ଏବେ ଜଣେ ଜଣେ ସ୍ନାତକ ହୋଇଯାଇଛ। ତୁମେମାନେ ଯେଉଁ ଅନୁଷ୍ଠାନରେ ପାଠ ପଢୁଥିଲ ତାହା ଦୟା ଓ ମାନବିକତାର ଏକ ସ୍ତମ୍ଭ ବୋଲି ସବୁବେଳେ ମନେ ରଖିବ। ନିଃସ୍ୱାର୍ଥ ସେବା ଓ ମାନବିକତାର ଏହି ପରମ୍ପରାକୁ ଦୃଢ଼ତାର ସହ ଆଗକୁ ବଢ଼ାଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗରେ ରହି କିପରି ନେତୃତ୍ୱ ନେଇହୁଏ ତାହା କିସ୍‍ ଦେଖାଇ ପାରିଛି ବୋଲି ଉପକୁଳାଧିପତି ଡ. ଉପେନ୍ଦ୍ର ତ୍ରିପାଠୀ କହିଥିଲେ। ଆଗାମୀ ଦଶକରେ ବିଶ୍ୱସ୍ତରୀୟ ବିଦ୍ୱାନଙ୍କ ତତ୍ତ୍ୱାବଧାନରେ କିସ୍‍ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ କେନ୍ଦ୍ରରେ ପରଣିତ ହେବ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି କୁଳପତି ପ୍ରଫେସର ଦୀପକ କୁମାର ବେହେରା କହିଲେ, କିସ୍‍ ହେଉଛି ଏକମାତ୍ର ଅନୁଷ୍ଠାନ ଯାହାକି ଜନଜାତି ସମ୍ପର୍କିତ ସର୍ଜନଶୀଳରେ ଦକ୍ଷତା ହାସଲ ପାଇଁ ସୁଯୋଗ ଦେଇଥାଏ ଏବଂ ଜନଜାତି ଲୋକ ଏବଂ ସେମାନଙ୍କ ହୃଦୟକୁ ଛୁଇଁଲା ଭଳି ବିଷୟବସ୍ତୁ ଉପରେ ଗବେଷଣା କରିବାକୁ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଉପକୁଳପତି ପ୍ରଫେସର ପୀତବାସ ସାହୁ ଏବଂ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ ।

କିସ୍‍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ୍‍ କରିଥିବା ଟ୍ରାଇବାଲ୍‍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲ୍‍ର୨୦୧୯ ବ୍ୟାଚ୍‍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍‍ ଅଫ୍‍ ଇଣ୍ଡିଜନସ୍‍ ନଲେଜ୍‍, ସାଇନସ୍‍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

Powered by Froala Editor

Tags kiss , kiit

Related articles Odisha News Lens 4.1

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13742
    May 10, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13714
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14435
    May 10, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    14962
    May 11, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    13991
    May 11, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15527
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13574
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ
    ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14274
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13292
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14274
    May 11, 2026
  • ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    13991
    May 11, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14435
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17469
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17519
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17877
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16350
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15953
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14503
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15462
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15210
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14010
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15391
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15132
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15624
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13946
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13574
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13292
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14274
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In