Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ...

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ ...

ରାଜ୍ୟ
Home ›› ରାଜ୍ୟ ››କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

2021-06-30 02:12:48
14655
Share:
Facebook
Twitter
E-Mail
WhatsApp
Telegram
କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

ଭୁବନେଶ୍ୱର : ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ କହିଲେ, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟ ଭିତ୍ତିକ ପ୍ରଦର୍ଶନର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କୁ ଭୋକାଲ୍‍ ଫର୍‍ ଲୋକାଲ୍‍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ନିମନ୍ତେ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଶ୍ରୀ ସାମନ୍ତ କିସ୍‍ ଭଳି ଏକ ଅନନ୍ୟ ଅନୁଷ୍ଠାନ ଗଢ଼ି ଏହା ମାଧ୍ୟମରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଲାଲ୍‍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନ୍ୟ ତିନିଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍‍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍‍ ହସ୍ପିଟାଲ୍‍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫେସନ୍‍ ଓ କଷ୍ଟିୟୁମ୍‍ ଡିଜାଇନର୍‍ ବିଭୁ ମହାପାତ୍ର। ଅତିଥିଙ୍କୁ ସ୍ୱାଗତ କରିବା ସହ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭନନ୍ଦନ ଜଣାଇ ଶ୍ରୀ ସାମନ୍ତ କହିଲେ, କିସ୍‍ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କ ଉପରେ ପ୍ରରୋକ୍ଷରେ ପ୍ରଭାବ ପକାଇ ପାରିଛି। ଏହା ଜନଜାତି ସଶକ୍ତିକରଣ ଇତିହାସରେ ଏକ ମାଇଲ୍‍ଖୁଣ୍ଟ। ୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ଯାହା ମୁଁ କେବେ ସ୍ୱପ୍ନରେ ଭାବି ନଥିଲି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ. ତ୍ରିପାଠୀ କହିଲେ, ତୁମେମାନେ ଏବେ ଜଣେ ଜଣେ ସ୍ନାତକ ହୋଇଯାଇଛ। ତୁମେମାନେ ଯେଉଁ ଅନୁଷ୍ଠାନରେ ପାଠ ପଢୁଥିଲ ତାହା ଦୟା ଓ ମାନବିକତାର ଏକ ସ୍ତମ୍ଭ ବୋଲି ସବୁବେଳେ ମନେ ରଖିବ। ନିଃସ୍ୱାର୍ଥ ସେବା ଓ ମାନବିକତାର ଏହି ପରମ୍ପରାକୁ ଦୃଢ଼ତାର ସହ ଆଗକୁ ବଢ଼ାଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗରେ ରହି କିପରି ନେତୃତ୍ୱ ନେଇହୁଏ ତାହା କିସ୍‍ ଦେଖାଇ ପାରିଛି ବୋଲି ଉପକୁଳାଧିପତି ଡ. ଉପେନ୍ଦ୍ର ତ୍ରିପାଠୀ କହିଥିଲେ। ଆଗାମୀ ଦଶକରେ ବିଶ୍ୱସ୍ତରୀୟ ବିଦ୍ୱାନଙ୍କ ତତ୍ତ୍ୱାବଧାନରେ କିସ୍‍ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ କେନ୍ଦ୍ରରେ ପରଣିତ ହେବ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି କୁଳପତି ପ୍ରଫେସର ଦୀପକ କୁମାର ବେହେରା କହିଲେ, କିସ୍‍ ହେଉଛି ଏକମାତ୍ର ଅନୁଷ୍ଠାନ ଯାହାକି ଜନଜାତି ସମ୍ପର୍କିତ ସର୍ଜନଶୀଳରେ ଦକ୍ଷତା ହାସଲ ପାଇଁ ସୁଯୋଗ ଦେଇଥାଏ ଏବଂ ଜନଜାତି ଲୋକ ଏବଂ ସେମାନଙ୍କ ହୃଦୟକୁ ଛୁଇଁଲା ଭଳି ବିଷୟବସ୍ତୁ ଉପରେ ଗବେଷଣା କରିବାକୁ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଉପକୁଳପତି ପ୍ରଫେସର ପୀତବାସ ସାହୁ ଏବଂ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ରଖିଥିଲେ ।

କିସ୍‍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ୍‍ କରିଥିବା ଟ୍ରାଇବାଲ୍‍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲ୍‍ର୨୦୧୯ ବ୍ୟାଚ୍‍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍‍ ଅଫ୍‍ ଇଣ୍ଡିଜନସ୍‍ ନଲେଜ୍‍, ସାଇନସ୍‍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

Powered by Froala Editor

Tags kiss , kiit

Related articles Odisha News Lens 4.1

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13501
    Oct 27, 2026
  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14327
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14648
    Oct 27, 2026
  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
    ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15148
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15095
    Oct 27, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....
    ବିଶେଷ

    ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14564
    Oct 27, 2026
  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର
    ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15343
    Oct 27, 2026
  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ
    ଦେଶ-ଦେଶାନ୍ତର

    ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ

    15384
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15299
    Oct 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14648
    Oct 27, 2026
  • ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15299
    Oct 27, 2026
  • ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15343
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17227
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17920
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17869
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18292
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14564
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15962
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14896
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15630
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15787
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15890
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14284
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15128
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14829
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15343
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15299
    Oct 27, 2026
  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15148
    Oct 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In