ଥଣ୍ଡା, କାଶ ଓ କଫ ପାଇଁ ଘରୋଇ ଉପଚାର

ସାଧାରଣତଃ ଥଣ୍ଡା, କାଶ ଓ କଫ ସମସ୍ତଙ୍କୁ ଅଧିକାଂଶ ସମୟରେ ହୋଇଥାଏ। କଫ ନାକ ଏବଂ ଗଳରେ ଜମି ରହିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ। ଶରୀରରେ ତାପମାତ୍ରା କମିବା ପରେ ଅନେକଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ। ଏସବୁ ସମସ୍ୟା ହେଲେ କିଛି ଘରୋଇ ଉପଚାର ଦ୍ୱାରା ଭଲ ହୋଇଯାଏ। ଚାଲନ୍ତୁ ଜାଣିବା କଣ ଏହି ଘରୋଇ ଉପଚାର . . .
ଗରମ ପାଣି ବ୍ୟବହାର: ଅପାଣ ଖାଇବା ସମୟରେ ଗରମ ପାଣି ବା ଉଷୁମ ପାଣି ପିଇବା ଆବଶ୍ୟକ। ଉଷୁମ ପାଣି ଫୁସଫୁସକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଏବଂ କଫ ତରଳିବାରେ ସାହାଯ୍ୟ କରେ।
ଲୁଣ ଏବଂ ହଳଦୀ: ତଣ୍ଟିରେ କଫ ଜମିଥିଲେ ଗରମ ପାଣିରେ ଅଳ୍ପ ଲୁଣ ଏବଂ ହଳଦୀ ପକାଇ କୁଳି କରନ୍ତୁ, ଦେଖିବେ ଆରାମ ଲାଗିବା ସହ କଫ ବାହାର କରିବାରେ ସାହାଯ୍ୟ କରିବ।
ତୁଳସୀ କାଢା: ଗରମ ପାଣିରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଫୁଟାଇ, ସେଥିରେ ଅଳ୍ପ ମହୁ ପକାଇ କାଢା ପ୍ରସ୍ତୁତ କରି ଏହାକୁ ପିଅନ୍ତୁ। ଏହା ଦ୍ୱାରା କଫ ବାହାର ହେବାରେ ସାହାଯ୍ୟ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ।
ଗରମ ପାଣି ବାମ୍ଫ: ଏକ ପାତ୍ରରେ ପାଣିକୁ ଭଲ ଭାବରେ ଫୁଟାଇ ସେଥିରେ ଭିକ୍ସ କିମ୍ବା ଅମୃତଞ୍ଜାନ ପକାଇ ବାମ୍ଫ ନିଅନ୍ତୁ। ଏହାଦ୍ୱାରା ନାକ ସଫା ହେବା ସହିତ ଆରାମ ଲାଗିଥାଏ।
ମହୁ ଏବଂ ରସୁଣ ଖାଇବା: ମହୁ ଏବଂ ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଯାହା ଶ୍ୱାସକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ କଫ ବାହାର କରିଥାଏ।
ଅଦା ଓ ମହୁ: ଅଦା ଏବଂ ମହୁ ଖାଇବା ଦ୍ୱାରା କାଶ କମିବା ସହ କଫ ହୋଇନଥାଏ। ଥଣ୍ଡାରୁ ମଧ୍ୟ ଉପଶମ ମିଳିଥାଏ।
ଏହି ସବୁ ଘରୋଇ ଉପଚାର କରିବା ଦ୍ୱାରା ଆପଣ କାଶ ଓ କଫରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଯଦି ଏହା କରିବା ପରେ ବି ଦୀର୍ଘ ଦିନ ଧରି ଥଣ୍ଡା କାଶ ଲାଗି ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନେବା ଜରୁରୀ।
Powered by Froala Editor