ରାଜଧାନୀରେ ପହଞ୍ଚିଛି ସ୍ପୁଟନିକ ଭି ଟିକା

ଭୁବନେଶ୍ୱର : ରାଜଧାନୀରେ ପହଞ୍ଚିଛି ସ୍ପୁଟନିକ ଭି ଟିକା । କେୟାର ହସ୍ପିଟାଲରେ ଏହାର ୬ ଶହ ଭାଏଲ ଆସିଥିବା ସୂଚନା ମିଳିଛି । ଆଜିଠାରୁ ଟିକାଦାନ ଆରମ୍ଭ ହୋଇପାରେ । ସେହିପରି ଆପୋଲୋ ହସ୍ପିଟାଲରେ ସ୍ପୁଟନିକ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ରୁଷ ନିର୍ମିତ ଟିକା ହେଉଛି ସ୍ପୁଟନିକ ଭି । ହାଇଦ୍ରାବାଦସ୍ଥିତ ଡ.ରେଡ୍ଡୀ ଲାବରେ ଏହାକୁ ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ କେୟାର ହସ୍ପିଟାଲରେ ଏହି ଟିକା ପହଞ୍ଚିଛି । ଏହାର ଗୋଟିଏ ଡୋଜର ଦାମ ରହିଛି ୧୧୪୫ ଟିକା । ରାଜ୍ୟରେ ଥିବା ଡ.ରେଡ୍ଡୀ ସଂସ୍ଥା କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଆଜିଠାରୁ ଟିକାକରଣ ଆରମ୍ଭ ହେବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ସ୍ପୁଟନିକ ଭି ଟିକା ନେବାରେ ଲୋକଙ୍କ ଆଗ୍ରହ ଦେଖି ଆଗକୁ ସେହି ଅନୁଯାୟୀ ଟିକା ଅଣାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟର ଅନ୍ୟତମ ହସ୍ପିଟାଲ ଆପୋଲୋରେ ମଧ୍ୟ ସ୍ପୁଟନିକ ଭି ଉପଲବ୍ଧ ହେବ । ଏଥିପାଇଁ ଲୋକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ମାତ୍ର ଆପୋଲୋ ଭୁବନେଶ୍ୱରକୁ କେତେ ଡୋଜର ଏହି ଟିକା ଅଣାଯାଇଛି ତାହା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
Powered by Froala Editor