ଆଜି ଶତାଦ୍ଦୀର ମହାନାୟକ ଅମିତାଭଙ୍କ ଜନ୍ମଦିନ

୮୨ବର୍ଷରେ ପାଦ ଥାପିଛନ୍ତି ବଲିଉଡ ତଥା ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ। ଜନ୍ମଦିବସ ଅବସରରେ ବିଗ୍ ବିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଆଜି ବି ତାଙ୍କ ଅଭିନୟର ଯାଦୁରେ ଦର୍ଶକ ବାନ୍ଧି ହୋଇରହିଛନ୍ତି। ଆକ୍ସନ, ରୋମାନ୍ସ, କମେଡି, ଟ୍ରାଜେଡି ଭଳି ସବୁ ପ୍ରକାର ଫିଲ୍ମରେ ଅମିତାଭ ଅଭିନୟ କରିଛନ୍ତି। ଆଜି ସେ ଯେଉଁଠାରେ ବି ପହଞ୍ଚିଛନ୍ତି ତାହାକୁ ପାଇବା ପାଇଁ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ଫିଲ୍ମ ସାତ୍ ହିନ୍ଦୁସ୍ତାନୀରୁ କ୍ୟାରିୟର ଆରମ୍ଭ କରିଥିବା ବିଗ୍ ବି ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୫ଦଶନ୍ଧୀ ଧରି ସେ ଦଶର୍କଙ୍କ ହୃଦୟରେ ରାଜ କରୁଛନ୍ତି। ଆନନ୍ଦ ଫିଲ୍ମରେ ରାଜେଶ ଖାନ୍ନାଙ୍କ ସହ ଅଭିନୟ କରି ବେଶ ସଫଳତା ପାଇବା ସହ ଏହି ଫିଲ୍ମ ପାଇଁ ବିଗ୍ ବିଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆୱାର୍ଡ। ୧୯୭୩ରେ ଫିଲ୍ମ ଜଞ୍ଜିର ରିଲିଜ ହେବା ପରେ ସଫଳତାର ସିଡି ଚଢିବାରେ ଲାଗିଥିଲେ ଅମିତାଭ। ରାତାରାତି ପାଲଟିଯାଇଥିଲେ ସୁପରଷ୍ଟାର।
ଅମିତାଭ ନିଜ ଜୀବନରେ ସବୁବେଳେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ। ନିଜ ପିତାମାତାଙ୍କଠାରୁ ସେ ଯାହା ପାଇଥିଲେ ସେଥିପାଇଁ ସେ ନିଜକୁ ଗର୍ବିତ ମନେ କରୁଥିଲେ ଏବଂ ଖୁସିରେ ସମସ୍ତଙ୍କ ସହ ସେୟାର କରିଥିଲେ। କେବିସି ମଞ୍ଚରେ ଏଭଳି ଅନେକ ମୁହୂର୍ତ୍ତ ବିଗ୍ ବି ସେୟାର କରିଛନ୍ତି।, ଯାହା ସମ୍ପର୍କର ଗଭୀରତାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରିଥାଏ।
Powered by Froala Editor