ବଳଦେବଜୀଉଙ୍କ ନିକଟରେ ରଥଯାତ୍ରା ଅନୁମତି ନେଇ ସୁପ୍ରିମକୋର୍ଟରେ ଦାୟର ହେଲା ଏସଏଲପି
ନୂଆଦିଲ୍ଲୀ:କେନ୍ଦ୍ରାପଡାର ବଳଦେବଜୀଉଙ୍କ ନିକଟରେ ରଥଯାତ୍ରା ଅନୁମତି ନେଇ ସୁପ୍ରିମକୋର୍ଟରେ ଦାୟର ହେଲା ଏସଏଲପି। କୋଭିଡ ଗାଇଡ ଲାଇନ ଅନୁସାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି। ରାଜ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରାପାଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ତେବେ ରାଜ୍ୟରେ ଅନେକ ପ୍ରମୁଖ ସ୍ଥାନ ମାନଙ୍କରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଗତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଗାଇଡଲାଇନ ପାଳନ କରି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରାପାଳନ ଅନୁମତି ଦେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ତେବେ କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ନିକଟରେ ରଥଯାତ୍ରା ପାଳନ ପାଇଁ ପୁର୍ବରୁ ହାଇକୋର୍ଟଙ୍କ ନିକଟରେ ଅପିଲ କରାଯାଇଥିଲା। କିନ୍ତୁ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇ ଥିଲେ। ତେବେ ଆଜି ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟ ରେ ଚାଲେଞ୍ଜ କରାଯାଇଛି।
Powered by Froala Editor