ଯୁବକଙ୍କୁ ଗାଁ ଦାଣ୍ଡରେ ହାଣିଦେଲେ ଦୁଇ ଭାଇ

ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ମୃତକ ହେଲେ ୨୮ ବର୍ଷୀୟ ମନୋଜ ସା । ସାମାନ୍ୟ ବଚସାରୁ ମନୋଜଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଦେଇଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ବିଜୟ ମହାନନ୍ଦିଆ ଓ ଦୁଲାଲ ମହାନନ୍ଦିଆଙ୍କୁ ଗିରଫ କରିଛି । ଦୁଇ ଜଣ ସମ୍ପର୍କରେ ଦୁଇଭାଇ ବୋଲି ଜଣାପଡ଼ିଛି ।
ମନୋଜଙ୍କ ମା’ବାପାଙ୍କ ଦେହାନ୍ତ ହୋଇଯାଇଛି । ମନୋଜ ଓ ତାଙ୍କ ସାନ ଭାଇ ରବି ଦିନମଜୁରିଆ ଭାବେ କାମ କରୁଥିଲେ । ସୋମବାର ସକାଳେ ବିଜୟ ଓ ଦୁଲାଲଙ୍କ ଘରକୁ ମନୋଜ ଯାଇଥିଲେ । କୌଣସି କାରଣରୁ ସେଠାରେ ତିନିଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁଇ ଭାଇ ମନୋଜଙ୍କୁ ମାରି ନାକ ଫଟାଇ ଦେଇଥିଲେ । ମନୋଜ ପ୍ରାଣ ବିକଳରେ ପଦାକୁ ଚାଲି ଆସି ନିକଟରେ ଥିବା ନଳକୂପକୁ ଯାଇ ସେଠାରେ ଥିବା ଜଣେ ମହିଳାଙ୍କୁ ପାଣି ମାଗି ମୁହଁ ଧୋଇଥିଲେ । ସେତିକିବେଳେ ବିଜୟ ଓ ଦୁଲାଲ ବାହାରକୁ ଆସି ମନୋଜଙ୍କୁ ଗାଳିଗୁଲଜ କରିଥିଲେ । ମହିଳା ଜଣକ ୩ ଜଣଙ୍କୁ ଏଭଳି ଝଗଡା ନକରି ନିଜ ନିଜ ଘରକୁ ଯିବାକୁ କହିଥିଲେ । ମନୋଜ ଘରକୁ ଫେରିଯାଉଥିବାବେଳେ ବିଜୟ ଓ ଦୁଲାଲ୍ ତାଙ୍କୁ ରାସ୍ତାରେ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କୁ ବଞ୍ଚାଇବାକୁ ଗାଁ ଲୋକେ ଦୌଡ଼ି ଆସିଥିଲେ । ଏହି ସମୟରେ ବିଜୟ ଭୁଜାଲି ବାହାର କରି ମନୋଜକୁ ହାଣି ପକାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ବିଜୟର ଏଭଳି ହିଂସ୍ର ରୂପ ଦେଖି ଗାଁ ଲୋକେ ମଧ୍ୟ ରହିଯାଇଥିଲେ ।
ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ôଚଥିଲା । ଘରେ ଲୁଚିଥିବା ବିଜୟକୁ ପୁଲିସ୍ ପ୍ରଥମେ ଗିରଫ କରି ହତ୍ୟାରେ ବ୍ୟବହୃତ ଭୁଜାଲି ଜବତ କରିଥିଲା । ଫେରାର ଥିବା ଦୁଲାଲ୍ଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ମୃତଦେହ ଛାଡ଼ି ନଥିଲେ । ପରେ ଟାଙ୍ଗରମୁଣ୍ଡା ଗାଁରୁ ଦୁଲାଲକୁ ଗିରଫ କରିଛି ।
Powered by Froala Editor