ଏକାକୀ ନିର୍ବାଚନ ଲଢିବେ ମାୟାବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବହୁଜନ ସମାଜପାର୍ଟି ଏକାକୀ ଲଢ଼ିବ । ଏଥିପାଇଁ ଦଳ ପକ୍ଷରୁ କାହାରି ସହିତ ମେଣ୍ଟ କରାଯିବ ନାହିଁ ବୋଲି ବିଏସପି ସୁପି୍ରମୋ ମାୟାବତୀ ସ୍ପଷ୍ଟ କରିଦେଇଛନ୍ତି । କେତେକ ଗଣମାଧ୍ୟମରେ ଉତ୍ତରପ୍ରଦେଶ ପାଇଁ ଦଳ ଏଆଇଏମଆଇଏମ ସହିତ ମେଣ୍ଟ କରିବ ବୋଲି ଖବର ପ୍ରସାରିତ ହେବା ପରେ ମାୟାବତୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ କୌଣସି ତଥ୍ୟ ଉପରେ ଆଧାରିତ ନୁର୍ହେ । ମାୟାବତୀ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ଦଳ କେବଳ ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସିରୋମଣି ଅକାଳୀ ଦଳ ସହିତ ମେଣ୍ଟ ଘୋଷଣା କରିଛି ।
Powered by Froala Editor