ରାଜଧାନୀରେ ପିସିଆର କର୍ମଚାରୀଙ୍କୁ ଛୁରାମାଡ଼

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ନୁହେଁ, ପୁଲିସକୁ ଛୁରାମାଡ଼ । ଶୁଣିବାକୁ ଆଚାର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ସେ ପୁଣି ଖୋଦ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତଦନ୍ତ ପାଇଁ ଆସିଥିବା ଜଣେ ପିସିଆର କର୍ମଚାରୀଙ୍କୁ ଛୁରାମାଡ଼ କରାଯାଇଛି । ମଞ୍ଚେଶ୍ୱର ଥାନା ଚକେଇସିଆଣିସ୍ଥିତ ଶ୍ରୀରାମନଗରରେ ଏହି କାଣ୍ଡ ଘଟିଛି । ଗାଡ଼ି ହର୍ଣ୍ଣମରାକୁ ନେଇ ଏକ ଗଣ୍ଡଗୋଳ ଘଟିଥିଲା । ଏନେଇ ଖବର ପାଇ ପିସିଆର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୁଲିସ ପହଞ୍ଚିବା କ୍ଷଣି ଦୁର୍ବୃତ୍ତଜଣକ ପୁଲିସକୁ ଛୁରାମାଡ଼ କରିଥିଲା । ଛୁରାମାଡ଼ରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି ।
Powered by Froala Editor