ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ
ସମ୍ବଲପୁର:ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଗତକାଲି ରାତିରେ ଅଚାନକ ଚଢ଼ାଉ କରାଯାଇଥିଲା। ଏହି ସମୟରେ କଏଦୀମାନେ ଶୋଇଥିଲେ। ଚଢ଼ାଉବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି। ଦିନ ସମୟରେ ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି। ଚଢ଼ାଉ ବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଚଢାଉ କରାଯାଇଥିଲା। ଚଢ଼ାଉରେ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେଙ୍କ ସହ ପୁଲିସ ଟିମ୍ ସାମିଲ ହୋଇଥିଲେ। ଚଢ଼ାଉ ବେଳେ ଜେଲ ଭିତରୁ ଅନ୍ତେବାସୀଙ୍କ ନିକଟରୁ ଗୁଟଖା, ଖଇନି, ଭାଙ୍ଗ ଓ ଲାଇଟର ଜବତ କରାଯାଇଥିଲା।ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଥିବାବେଳେ, ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ପ୍ରାୟ ୩ ଘଣ୍ଟା ଧରି ଜେଲ ଭିତରେ ଚଢ଼ାଇ କରାଯାଇଥିଲା।ସେହିପରି ଆଜି ଭୋରରୁ ଭୋରରୁ ବରଗଡ଼ ଜେଲରେ ମଧ୍ୟ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭାଙ୍ଗ, ଖାଇନି ସହ କିଛି ମେଡିସିନ୍ ଜବତ କରାଯାଇଛି। ଆଜି ଭୋର ୫ଟା ସମୟରେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ନେତ୍ୱରେ ଏହି ଚଢ଼ାଉ କରାଯାଇଥିଲା।
Powered by Froala Editor