ଲେହ ଲଦାଖରେ ଭୂକମ୍ପ, କ୍ଷୟକ୍ଷତି ହୋଇନଥିବା ସୂଚନା

ଲଦାଖ ଲେହରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ପ୍ରାୟ ୬.୧୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ୧୮କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନ, ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ ଖବର ଆସିନି । ସୂଚନାଯୋଗ୍ୟ ଯେ, କିଛିଦିନ ହେଲା ଦେଶର ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭାବରେ ଭୂକମ୍ପନ ଅନୁଭୂତ ହେବାରେ ଲାଗିଛି।
Powered by Froala Editor