ଗାଈକୁ ‘ରାଜମାତା’ ମାନ୍ୟତା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।
ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ବଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ ସ୍ବଦେଶୀ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ ଚାଷ ପ୍ରଣାଳୀରେ ଦେଶୀ ଗାଈ ଗୋବର ଏବଂ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ଉପକାରିତାକୁ ଧ୍ୟାନରେ ରଖି ସରକାର ବର୍ତ୍ତମାନଠାରୁ ଦେଶୀ ଗାଈ ମାନଙ୍କୁ ‘ରାଜ୍ୟମାତା ଗୋମାତା’ ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା। ବିଧାନସଭା ନିର୍ବାଚନକୁ ଅଳ୍ପ କିଛି ମାସ ବାକି ଥିବାବେଳେ ଏପରି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗାଈକୁ ରାଜମାତା-ଗୋମାତାର ମାନ୍ୟତା ଦିଆଯାଇଥିବା ନେଇ ଘୋଷଣା କରାଯାଇଛି।
ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଗାଈର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଗୋମାତାକୁ ରାଜ୍ୟମାତା ଭାବରେ ମାନ୍ୟତା ଦିଆଗଲା। ଗାଈଙ୍କ ଲାଳନ ପାଳନ ପାଇଁ ଗୋଷାଳା ମଧ୍ୟ ନିର୍ମାଣ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଦେଶୀଗାଈଙ୍କ ପାଇଁ ପ୍ରତିଦିନ 50 ଟଙ୍କାର ସବସିଡି ବ୍ୟବସ୍ତା ମଧ୍ୟ ଲାଗୁ କରାଯିବ। କମ୍ ଆୟ କାରଣରୁ ଗାଈଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଇ ପାରୁନଥିବାରୁ ଗୋପାଳକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
Powered by Froala Editor