ପ୍ଲସ ୨ ସିଟ ବଢିବ : ମନ୍ତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇନଥିଲେ ବି ୯୮% ଛାତ୍ରଛାତ୍ରୀ ପାଶ କରିଛନ୍ତି । ଅଧିକାଂଶ ପିଲା ଭଲ ମାର୍କ ବି ରଖିଛନ୍ତି । ଏଭଳି ସ୍ଥିତିରେ ଯୁକ୍ତ ଦୁଇ ନାମଲେଖାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆଶଙ୍କା ପ୍ରକାଶ କରିଥିଲେ । ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ପିଲା ମାଟ୍ରିକ ପାଶ କରିଥିବାବେଳେ ଯୁକ୍ତ ଦୁଇରେ ସାଢେ଼ ୪ ଲକ୍ଷରୁ କମ ଆସନ ରହିଛି । ତେଣୁ ନାମଲେଖାରେ ସମସ୍ୟା ହେବବୋଲି ଅନେକ ବୁଦ୍ଧିଜୀବୀ ମତପୋଷଣ କରିଥିଲେ । ଏସବୁକୁ ହୃଦୟଙ୍ଗମ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଯୁକ୍ତ ଦୁଇ ସିଟ ବୃଦ୍ଧି ପାଇଁ ବିଭାଗ ନିଷ୍ପତି ନେଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତିଯେ, କଲେଜ ଆଧାରରେ ଯୁକ୍ତ ଦୁଇ ସିଟ ସଂଖ୍ୟା ବୃଦ୍ଧି ପାଇବ । ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।
Powered by Froala Editor