ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭଦ୍ରକ : ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ । ଭଦ୍ରକ ଚାନ୍ଦବାଲିଠାରେ ଥିବା ଅବଦୁଲ କଲାମ୍ ଦ୍ୱୀପରୁ ଆଜି ଡିଆରଡିଓ ପକ୍ଷରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବାର ସୂଚନା ମିଳିଛି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭୫୦ ରୁ ୧୦୦୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି । ଏହାର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି । ଯଦି ପାଗ ଅନୁକୂଳ ରହେ ତେବେ ଆଜି ଏହି ପରୀକ୍ଷଣ ହେବ ବୋଲି ଜଣାପଡ଼ିଛି ।
Powered by Froala Editor