ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ପିନ୍ଧିଲେ ରିୟା ସିଂଘା
ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ୍ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାୟ ୫୧ ଜଣ ପ୍ରତିଯୋଗୀ ସେମାନଙ୍କ ସୁନ୍ଦରତା ଓ ବୁଦ୍ଧି ଦେଖାଇଥିଲେ। ଏହି ସବୁରେ ରିୟା ସିଂଘା ସମସ୍ତଙ୍କୁ ପଛରେ ପକାଇ ନିଜେ ମୁକୁଟ ଜିତିଛନ୍ତି । ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଛନ୍ତି। ୧୦ ବର୍ଷ ପୂର୍ବେ ସେ ମଧ୍ୟ ଏହି ଟାଇଟଲ୍ ଜିତିଥିଲେ। ଉର୍ବଶୀ ୨୦୧୫ରେ ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତିଥିଲେ।
ନିର୍ଦ୍ଦେଶକ ନିଖିଲ ଆନନ୍ଦ, ଉର୍ବଶୀ ରୌତେଲା, ଭିଏତନାମ ଷ୍ଟାର୍ ଗୁୟେନ୍ କୁଇନ୍, ଫ୍ୟାଶନ୍ ଫଟୋଗ୍ରାଫର ରିୟାନ୍ ଫର୍ଣ୍ଣାଣ୍ଡିସ୍ ଏବଂ ବ୍ୟବସାୟୀ ରାଜୀବ ଶ୍ରୀବାସ୍ତବ ବିଚାରପତି ଭାବେ ସାମିଲ ହୋଇଥିଲେ।
ପ୍ରତିବର୍ଷ ଆୟୋଜିତ ଏହି ପ୍ରତିଯୋଗିତାରେ ଜିତିବା ପରେ ରିୟା ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ।
ଅହମ୍ମଦାବାଦ ନିବାସୀ ରିୟାଙ୍କୁ ବର୍ତ୍ତମାନ ମାତ୍ର ୧୯ ବର୍ଷ। ତାଙ୍କ ବାପାଙ୍କ ନାଁ ବ୍ରିଜେଶ ସିଙ୍ଘା ହୋଇଥିବା ବେଳେ ମାଆଙ୍କ ନାଁ ରୀତା ସିଙ୍ଘା, ଯିଏ ବ୍ୟବସାୟ ଜଗତରେ ଅଛନ୍ତି। ରିୟା GLS ବିଶ୍ୱବିଦ୍ୟାଳୟ ଗୁଜୁରାଟର ଆମ୍ବାସଡର ଏବଂ ଏହାର ଛାତ୍ର ମଧ୍ୟ। ସେ ବର୍ତ୍ତମାନ ମେକ୍ସିକୋରେ ଆୟୋଜିତ ହେବାକୁ ଥିବା ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ।
Powered by Froala Editor