ତେଲିଆ ଶିଳା ମାଛ ରେହମାନଙ୍କୁ କରିଦେଲା ଲକ୍ଷପତି
୯ ଟି ମାଛ ପାଇଁ ଜଣେ ମତ୍ସ୍ୟଜୀବୀ ଲକ୍ଷପତି ହୋଇଯାଇଛନ୍ତି । ୯ଟି ମାଛର ଓଜନ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭, ୫୦୦ ଟଙ୍କାରେ ବିକ୍ରି ହୋଇଛି ମାଛ । ୯ ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି ।
ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଦୀଘା ମୁହାଣରେ ବାବା ସାହେବ ମାଛ ଅଡ଼ତକୁ ନିଲାମ ପାଇଁ ୯ ଟି ତେଲିଆ ଶିଳା ମାଛ ଆସିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।
ମାଛର ଓଜନ ଯେତିକି ଅଧିକ ରହିବ, ତାର ଦାମ ସେତିକି ଅଧିକ ରହିଥାଏ । ଏହି ମାଛର ଚାହିଦା ରହିଛି, କାରଣ ଏଥିରୁ ଔଷଧ ପ୍ରସ୍ତୁତ ହୋଇଥାଏ । ଔଷଧ ଉତ୍ପାଦନକାରୀ କମ୍ପାନୀଙ୍କ ପାଇଁ ତେଲିଆ ଶିଳା ମାଛର ଚାହିଦା ଅମୂଲ ମୂଲ । ତେଣୁ ମତ୍ସ୍ୟଜୀବୀ ଏହି ମାଛ ପାଇଁ ଚଢ଼ା ଦାମ ପାଇଛନ୍ତି ।
Powered by Froala Editor