୭ ରୋଡ୍ ରୋମିଓଙ୍କ ବେଲ୍ ମଞ୍ଜୁର
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲାରେ ଗିରଫ ହୋଇଥିବା ୭ ରୋଡ୍ ରୋମିଓଙ୍କୁ ମିଳିଗଲା ବେଲ୍ । ଗିରଫଦାରୀର ମାତ୍ର ୪ ଘଣ୍ଟା ଭିତରେ ସେମାନଙ୍କ ବେଲ୍ ମଞ୍ଜୁର ହୋଇଗଲା । ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ ।ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ୟାତନା ମାମଲାକୁ ନେଇ ସମଗ୍ର ରାଜ୍ୟ ଏବେ ହୁଲସ୍ଥୁଲ ହେଉଥିବା ବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ । ଅଭିଯୁକ୍ତଙ୍କ ବିରୋଧରେ ସେମାନେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ କେବଳ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ।
Powered by Froala Editor