ମଣିପୁରରେ ମିଆଁମାରର ୯୦୦ କୁକୀ ଆତଙ୍କବାଦୀ, ହାଇ ଆଲର୍ଟ ଜାରି
ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଆତଙ୍କବାଦୀ। ଗୁପ୍ତଚର ରିପୋର୍ଟ ଆଧାରରେ ଆତଙ୍କବାଦୀମାନେ ମିଆଁମାର ଦେଇ ମଣିପୁରରେ ପ୍ରବେଶ କରିଥିବା ସୂଚନା ସାମ୍ନାକୁ ଆସିଛି। ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ ମଧ୍ୟ ଗୁପ୍ତଚର ବିଭାଗର ଦାବିକୁ ନିଶ୍ଚିତ କରିଛନ୍ତି। ଆତଙ୍କବାଦୀଙ୍କ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟ କରାଯାଇଛି।
ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁରରେ ଜାରି କରାଯାଇଛି ସିକ୍ଯୁରିଟି ଆଲର୍ଟ । ଏହି ଆତଙ୍କୀମାନେ ଡ୍ରୋନଭିତ୍ତିକ ବୋମା, ପ୍ରୋଜେକ୍ଟାଇଲ, ମିସାଇଲ ଆଦିର ବ୍ଯବହାର ନେଇ ତାଲିମ ପାଇଥିବାବେଳେ ଜଙ୍ଗଲ ଯୁଦ୍ଧରେ ନିପୁଣ ଥିବା ସୂଚନା ମିଳିଛି । ସେମାନେ ୩୦ ଜଣ ଲେଖାଏଁ ଗୋଷ୍ଠୀ ଗଠନ କରି ବର୍ତ୍ତମାନ ସୀମାରେ ଅବସ୍ଥାନ କରୁଛନ୍ତି ଏବଂ ମେଇତେଇଙ୍କ ଗାଁଗୁଡିକ ଉପରେ ଆକ୍ରମଣ କରିବେ ବୋଲି ସୂଚନା ମିଳିଛି ।
ସେପଟେ ଡ୍ରୋନ ଲାଗି ରାଜ୍ଯରେ ଏସଓପି ଜାରି ହୋଇଛି । ବିନା ଅନୁମତିରେ କେହି ଡ୍ରୋନର ବ୍ଯବହାର କରିପାରିବେ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଇଛି । ଇମ୍ଫାଲ ଓ୍ବେଷ୍ଟର କେତେକ ସ୍ଥାନରୁ ଭାରତୀୟ ସେନା ବିପୁଳ ପରିମାଣର ଆଇଇଡି ଜବତ କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି ।
Powered by Froala Editor