ମଣ୍ଡୁଆ ବାସଭବନକୁ ଲୋକଙ୍କ ପାଇଁ ଖୋଲିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ଜିଲ୍ଲା ମଣ୍ଡୁଆଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଏକ କ୍ୟାମ୍ପ ଅଫିସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି । ସବୁଠୁ ବଡ କଥା ଯେ, ମଣ୍ଡୁଆରେ ଖୋଲଯାଇଥିବା କ୍ୟାମ୍ପ ଅଫିସ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଘର । ଏହି ବାସଭବନ ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା । ତେବେ ବନ୍ଦ ଦ୍ୱାର ସେ ଲୋକଙ୍କ ପାଇଁ ଖୋଲିଛନ୍ତି ।
ଏଠାରେ ସ୍ଥାନୀୟ ଲୋକମାନେ ସୁବିଧାରେ ଅଭିଯୋଗ କରିପାରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କ୍ୟାମ୍ପ ଅଫିସ ଖୋଲା ଯାଇଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆହୁରି ସରଳ ଓ ସହଜ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସହିତ ଏହି କ୍ୟାମ୍ପ ଅଫିସରେ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ ।
Powered by Froala Editor