ରାତିରେ ଅଇଁଠା ବାସନ ଛାଡିଲେ, ନଷ୍ଟ ହୋଇଥାଏ ଘରର ସୁଖ-ଶାନ୍ତି

ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ। ରାତିରେ ଅଇଁଠା ବାସନ ଛାଡିବା ଦ୍ୱାରା ମଙ୍ଗଳ ଗ୍ରହ କ୍ରୋଧିତ ହୁଅନ୍ତି। ଏହି କାରଣରୁ, ଘରର ସୁଖ-ଶାନ୍ତି ନଷ୍ଟ ହୋଇଯାଏ ଏବଂ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ରାତିରେ ଅଇଁଠା ବାସନ ଛାଡିବା ଦ୍ୱାରା ଚନ୍ଦ୍ର ଏବଂ ଶନି ଗ୍ରହ ମଧ୍ୟ କ୍ରୋଧିତ ହୋଇପାରନ୍ତି।
ରାତିରେ ଅଇଁଠା ବାସନ ଛାଡିବା ଦ୍ୱାରା ଅନେକ ଗ୍ରହ କ୍ରୋଧିତ ହୋଇପାରନ୍ତି। ଆପଣଙ୍କ ଘରକୁ ସମସ୍ୟା ଘେରି ରହିପାରେ। ମାନସିକ ସ୍ତରରେ ଚାପ ଅନୁଭବ କରିପାରନ୍ତି। ରାତିରେ ଛାଡିଥିବା ଅଇଁଠା ବାସନଗୁଡିକୁ ସକାଳ ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ। ବିଜ୍ଞାନ ଅନୁଯାୟୀ, ମଇଳା ବାସନଗୁଡିକ ଜୀବାଣୁ ବିସ୍ତାର କରନ୍ତି, ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଅସୁସ୍ଥ କରିପାରେ। ତେଣୁ ଖାଦ୍ୟ ଖାଇବା ପରେ ବାସନକୁ ଧୋଇବା ଜରୁରୀ ।
Powered by Froala Editor