ବ୍ରେନ୍ ଅପରେସନ ବେଳେ ଅଢ଼େଇ ଘଣ୍ଟା ଧରି ଫିଲ୍ମ ଦେଖିଲେ ରୋଗୀ
ଜଣେ ୫୫ ବର୍ଷୀୟ ବ୍ୟକ୍ତି ଫିଲ୍ମ ଦେଖି ଦେଖି ଅଢ଼େଇ ଘଣ୍ଟାର ଅପରେସନ ଶେଷ କରିଛନ୍ତି । ଆନ୍ଧ୍ର ପ୍ରଦେଶର କାକିନାଡା ସ୍ଥିତ ସରକାରୀ ହସ୍ପିଟାଲରେ ଏକ ସର୍ଜରୀ ହୋଇଛି। କୋଣ୍ଡପଲ୍ଲୀରେ ରହୁଥିବା ୫୫ ବର୍ଷିୟ ଅନନ୍ତଲକ୍ଷ୍ମୀଙ୍କ ମସ୍ତିଷ୍କର ବାମ ପଟେ 3.3 X 2.7 ସେ.ମିର ଟ୍ୟୁମର ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କର ଲଗାତାର ମୁଣ୍ଡବ୍ୟଥା ହେଉଥିଲା।
ଏହି ସମସ୍ୟା ଜଣାପଡ଼ିବା ପରେ ଡାକ୍ତରମାନେ ଅନନ୍ତଲକ୍ଷ୍ମୀଙ୍କ ବ୍ରେନ୍ ସର୍ଜରୀ କରିଥିଲେ। ସର୍ଜରୀ ବେଳେ, ଡାକ୍ତରମାନେ ଅନନ୍ତଲକ୍ଷ୍ମୀଙ୍କୁ ହୋସ୍ ରେ ରଖି ତାଙ୍କର ଅପରେସନ କରିଥିଲେ। ସର୍ଜରୀ ବେଳେ ଅନନ୍ତଲକ୍ଷ୍ମୀ ଶାନ୍ତ ରହିବାକୁ ଡାକ୍ତରମାନେ ତାଙ୍କୁ ଅଭିନେତା ଜୁନିୟର ଏନଟିଆରଙ୍କର ଫିଲ୍ମ ଦେଖାଉ ଥିଲେ। ସର୍ଜରୀ ପାଖାପାଖି ଅଢେଇ ଘଣ୍ଟା ଧରି ଚାଲି ଥିଲା ଏବଂ ସଫଳ ହୋଇଥିଲା।
ଡାକ୍ତରମାନେ କହିଥିଲେ ଯେ, ରୋଗୀଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି । ଏହି ବିଶେଷ ଟେକ୍ନିକ୍ର ପ୍ରୟୋଗ କରି ଡାକ୍ତରମାନେ ରୋଗୀଙ୍କର ଟ୍ୟୁମରକୁ ସଫଳତାପୂର୍ବକ ବାହାର କରିଥିଲେ । ଏହି ଜଟିଳ ବ୍ରେନ୍ ଚିକିତ୍ସାକୁ ଆୱେକ୍ କ୍ରାନିୟୋଟୋମି କୁହାଯାଏ, ଯେଉଁଥିରେ ରୋଗୀଙ୍କୁ ହୋସ ରେ ରଖି ସର୍ଜରୀ କରାଯାଏ , ଯାହାକି ସର୍ଜରୀ ବେଳେ ମାନସିକ ସନ୍ତୁଳନ ବଜାୟ ରହିବ। ଏହି ସର୍ଜରୀ ବେଳର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
Powered by Froala Editor