ଜିମୂତ ମଙ୍ଗରାଜଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ
ଭୁବନେଶ୍ଵର : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଡ଼ା. ଜିମୂତ ମଙ୍ଗରାଜଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଟ୍ଵିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଡ଼ା. ଜିମୂତ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ଲମ୍ବା ସମୟର ସାମ୍ବାଦିକତା ଏବଂ ମୋର ସାମାଜିକ ଓ ରାଜନୈତିକ କାମ ମଧ୍ୟରେ ବ୍ୟକ୍ତିଗତ ବନ୍ଧୁତା ତିଆରି ହୋଇଥିଲା । ସାମ୍ବାଦିକତା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଜାଆଁଳା ମେଡିକାଲ୍ ନିକଟରେ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ପୋଲିସ ସୂଚନା ଦେଇଛି । ଦୁର୍ଘଟଣା ପରେ ତାଙ୍କ ମୃତଦେହକୁ ଏମ୍ସ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । । ଓଡ଼ିଶା ସାମ୍ବାଦିକ ମହଲରେ ଜିମୂତ ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ ଥିଲେ । ଖାସକରି ଓଡ଼ିଶା ରାଜନୀତି ବାବଦରେ ଅନେକ ପୁସ୍ତକ ସେ ଲେଖିଥିଲେ । ଜିମୂତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଲହରି ଖେଳିଯାଇଛି ।
Powered by Froala Editor