କେରଳରେ ମଙ୍କିପକ୍ସର ଦ୍ୱିତୀୟ ମାମଲା
ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ଚିହ୍ନଟ ହୋଇଥିବା ବେଳେ ତା’ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ।
କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ମାଲାପ୍ପୁରମରେ। ସେ ୟୁଏଇରୁ ଫେରିବା ପରେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକାନ୍ତବାସରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ମେଡିକାଲ ପ୍ରୋଟୋକଲରେ ତାଙ୍କ ଚିକିତ୍ସା ଚାଲିଛି। ରାଜ୍ୟରେ କୌଣସି ବ୍ୟକ୍ତି ନିଜ ଶରୀରରେ ମଙ୍କିପକ୍ସର ଲକ୍ଷଣ ସନ୍ଦେହ କଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି।
କେରଳ ପୂର୍ବରୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମଙ୍କିପକ୍ସ ହୋଇଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଭାରତରେ ମଙ୍କିପକ୍ସର ଏହା ପ୍ରଥମ ମାମଲା ଥିଲା। ଏବେ କେରଳରେ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି । ଯେଉଁ ମାନଙ୍କର ବିଦେଶ ଭ୍ରମଣ ଇତିହାସ ଅଛି ସେମାନେ ଏହି ଭୂତାଣୁର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଉଚିତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor