ଅକ୍ଟୋବର ୧ ପର୍ଯ୍ୟନ୍ତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍
ବୁଲଡୋଜର ଆକ୍ସନକୁ ନେଇ ବଡ଼ ରାୟ ଦିଆଯାଇଛି । ବ୍ୟକ୍ତିଗତ ଘର କିମ୍ବା କାର୍ଯ୍ୟାନୁଷ୍ଠାନ ଉପରେ ଆଉ ବୁଲି ପାରିବନି ବୁଲଡୋଜର। ଅକ୍ଟୋବର ୧ ପର୍ଯ୍ୟନ୍ତ ସମଗ୍ର ଦେଶ୍ରରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।
ଆଗାମୀ ଶୁଣାଣି ସୁଦ୍ଧା କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏହି ସମୟ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ବିନା କୌଣସି ଡିମୋଲିସନ୍ କରାଯିବ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ତେବେ ଯଦି ସାର୍ବଜନିକ ରାସ୍ତା, ଫୁଟପାଥ୍, ରେଲୱେ ଲାଇନରେ କୌଣସି ପ୍ରକାର ଅତିକ୍ରମଣ ଦେଖାଗଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ ବୋଲି କହିଛନ୍ତି କୋର୍ଟ । ଏହିସବୁ ସମ୍ପତ୍ତି ହଟାଇବା ପାଇଁ ଅଦାଲତ ପକ୍ଷରୁ କୌଣସି ରୋକ ଲାଗିବ ନାହିଁ ।
ବିଭିନ୍ନ କାରଣକୁ ନେଇ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନର ବୁଲଡୋଜର ଆକ୍ସନ ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି।
ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କହିଛନ୍ତି।
Powered by Froala Editor