ଅରଜିନାଲ ବିକ୍ରି ହୁଏ, ନକଲ କଲେ ଏହାର ମୂଲ୍ୟ ରୁହେନି : ଇମ୍ରାନ ଖାନ

ବଲିଉଡ୍କୁ ନକଲ ନକରି ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦେବାକୁ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନର ସିନେମା ଭାରତର ବଲିଉଡ ଦ୍ୱାରା ପ୍ରଭାବିତ। ଏହାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସ୍ୱୀକାର କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେ ଦିନ ପର୍ଯ୍ୟନ୍ତ ଭାରତର ବଲିଉଡକୁ କପି କରିବ ବୋଲି ଫିଲ୍ମ ନିର୍ମାତା ମାନଙ୍କୁ ସେ ପଚାରିଛନ୍ତି। ଇସଲାମାବାଦରେ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାନ୍ ସାହାବ ଏପରି କହିଛନ୍ତି।
ଦେଶର ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବଲିଉଡର ନକଲ ବଦଳରେ ମୂଳ ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଏବଂ ଚଳଚ୍ଚିତ୍ର ନିର୍ମାଣରେ ନୂତନ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’କୁ ଇମ୍ରାନ୍ କହିଛନ୍ତି ଯେ, ଅରଜିନାଲ କେବଳ ବିକ୍ରି ହୁଏ। ନକଲ କଲେ ଏହାର ମୂଲ୍ୟ ରୁହେନି। ତେଣୁ ବାସ୍ତବ ଘଟଣାକୁ ନେଇ ସିନେମା ତିଆରି ହେବା ଦରକାର। ଏହା ସେ ତାଙ୍କର ଅଭିଜ୍ଞତା ଅନୁସାରେ କହୁଛନ୍ତି ବୋଲି ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଇମ୍ରାନ୍ କହିଛନ୍ତି। ତେଣୁ ତାଙ୍କ କଥାକୁ ଯଦି ସିନେମା ନିର୍ମାତା ଗୁରୁତ୍ୱ ଦେବେ ତାହେଲେ ପାକିସ୍ତାନର ସିନେମା ଏକ ନୂଆ ଦିଗରେ ଯିବ ଆଉ ନିଜସ୍ୱ ପରିଚୟ ତିଆରି କରିପାରିବ।
Powered by Froala Editor