ଟିକା ନନେଇ ବି ଆସିଲା ପ୍ରଥମ ଡୋଜ ଟିକାର ସାର୍ଟିଫିକେଟ

କଟକ: ଟିକା ନେଇ ନାହାନ୍ତିି । ସ୍ଲଟ ପାଇଁ ବୁକିଂ ବି କରି ନାହାନ୍ତି । କିନ୍ତୁ ତାଙ୍କ ମୋବାଇଲକୁ ଆସିଛି ପ୍ରଥମ ଡୋଜ ଟିକା ନେଇଥିବାର ସାର୍ଟିଫିକେଟ । ଆଉ ସେଥିରେ ତାଙ୍କ ଠିକଣା ରହିଛି ଚୌଦ୍ୱାର ଜେଲ । କଟକ କଲ୍ୟାଣନଗର ଅଞ୍ଚଳର ଶିବାନନ୍ଦ ବେହେରା (୨୬) ଏଭଳି ମେସେଜ ପାଇ ଚକିତ ହୋଇଯାଇଥିବା ବେଳେ ତାଙ୍କ ଟିକା କିଏ ନେଲା ବୋଲି ପ୍ରଶ୍ନ କରିବା ସହିତ ସେ ଏବେ ଟିକା କେମିତି କେବେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାର ସମାଧାନ ସହିତ ଏଭଳି ଚଂଚକତା କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । କିଛି ଦିନ ତଳେ ସହରର ବିଡାନାସୀ ଅଞ୍ଚଳର ଜଣେ ମହିଳାଙ୍କ ସହ ଏଭଳି ଟିକା ଠକେଇ ହୋଇଥିଲା ।
Powered by Froala Editor