ପୁଳା ପୁଳା ଔଷଧ ଜବତ, ୭ ନକଲି ଡାକ୍ତର ଗିରଫ
ଚିତ୍ରକୋଣ୍ଡା /କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଓ ଚିତ୍ରକୋଣ୍ଡା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ନକଲି ଡାକ୍ତରଙ୍କୁ ଧରିଛି । ସେମାନଙ୍କ ଠାରୁ ପୁଳା ପୁଳା ଔଷଧ ଜବତ ହୋଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇ ଏମାନେ ଖୋଲିଥିଲେ ବେଆଇନ କ୍ଲିନିକ୍ । ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ନଥିଲା କି କ୍ଲିନିକ ଖୋଲିବାକୁ ସରକାରୀ ଅନୁମତି ମଧ୍ୟ ନଥିଲା । ଏହି ଅସାଧୁ କାରବାରର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ଚିତ୍ରକୋଣ୍ଡା ବ୍ଲକର ଅଧା ପଞ୍ଚାୟତ ସ୍ୱାଭିମାନ ଅଞ୍ଚଳରେ ରହିଛି । ଦୁର୍ଗମ ଅଞ୍ଚଳରେ ଥିବା ଅନେକ ଗାଁରେ ସ୍ୱାସ୍ଥ୍ୟସେବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ । ନିୟମିତ ଭାବେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ବି ଏହି ଅଞ୍ଚଳକୁ ଯାଉନାହାନ୍ତି । ଏହାର ସୁଯୋଗ ନେଇ ଏହି ଗାଁଗୁଡ଼ିକରେ କାୟା ବିସ୍ତାର କରିଥିଲେ ନକଲି ଡାକ୍ତର (କ୍ୱାକ) । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଚିତ୍ରକୋଣ୍ଡା ପୁଲିସ ଚଢ଼ଉ କରିଥିଲା ।
Powered by Froala Editor