ବଜ୍ରପାତରେ ଜଣେ ମୃତ, ୩ ଗୁରୁତର
ଆନନ୍ଦପୁର: ବିଲରେ କାମ କରୁଥିବା ବେଳେ ବଜ୍ରପାତ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ କାହ୍ନୁ ଚରଣ ସାହୁ। ଘସିପୁରା ଥାନା ନାରଙ୍ଗପୁର ଗାଁରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ କାହ୍ନୁ ଅନ୍ୟ ୩ ଜଣଙ୍କ ସହ ମିଶି ବିଲରେ କାମ କରୁଥିଲେ। ବଜ୍ରପାତରେ କାହ୍ନୁଙ୍କ ମୃତ୍ୟୁ ଘଟିଥିଲା।ଏଥିସହ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Powered by Froala Editor