ସିଙ୍ଗଡ଼ାରେ ବେଙ୍ଗ ଗୋଡ଼
କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏକ ହୋଟେଲରୁ ଜଣେ ବ୍ୟକ୍ତି ସିଙ୍ଗଡା କିଣି ଖାଉଥିବା ବେଳେ ସେଥିରୁ ବେଙ୍ଗର ଗୋଡ ବାହାରିଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏହି ଘଟଣା। ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଖାଦ୍ୟ ସୁରକ୍ଷାକୁ ନେଇ ଅନେକ ବିବାଦ ହୋଇଥିଲେ ବି ଲୋକେ ପରିଷ୍କାର ଭାବେ ଖାଦ୍ୟ ତିଆରି କରିବାରେ ବିଫଳ ହେଉଛନ୍ତି।
ଏହାପରେ ଉକ୍ତ ଦୋକାନରେ ହଙ୍ଗାମା ଦେଖାଯାଇଥିଲା । ବେଙ୍ଗ ଗୋଡ ଦେଖି ରାଗି ଯାଇଥିଲେ ଗ୍ରାହକ । ଦୋକାନକୁ ଯାଇ କହିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବ୍ୟକ୍ତି ଜଣକ 112କୁ କଲ୍ କରି ପୋଲିସକୁ ଖବର ଦେଇଥିଲେ ।
ସୂଚନା ଅନୁସାରେ, ଗଜିଆବାଦର ଇନ୍ଦିରାପୁରମ ସ୍ଥିତ ପ୍ରସିଦ୍ଧ ମିଠା ଦେକାନରେ ସିଙ୍ଗଡ଼ାରୁ ବେଙ୍ଗ ଗୋ଼ଡ ବାହାରିଥିଲା । ବ୍ୟକ୍ତି ଜଣକ ସିଙ୍ଗଡା କିଣି ଘରକୁ ନେଇ ପରିବାର ସହିତ ମିଶି ଖାଉଥିଲେ । ହେଲେ ହଠାତ୍ ସେଥିରୁ ଏକ ବେଙ୍ଗ ଗୋଡ ବାହାରିଥିଲା । ତେବେ ପୋଲିସରେ ଏତଲା ଦେବା ପରେ ଖାଦ୍ୟ ସୁରକ୍ଷା ବିଭାଗ ଦୋକନାର ସାମଗ୍ରୀକୁ ଜବତ କରି ଯାଞ୍ଚ ପାଇଁ ପଠାଇଛନ୍ତି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
Powered by Froala Editor