ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏସବୁ ଘଟଣାରେ ହେଉଥିବା ତଦନ୍ତରେ ଓଡ଼ିଶାବାସୀଙ୍କ ବିଶ୍ୱାସ ନାହିଁ, ଘଟଣା ଗୁଡିକର ତଦନ୍ତ ସିବିଆଇ ହାତକୁ ଦିଆଯାଉ ବୋଲି ଜୟନାରାୟଣ ଦାବି କରିଛନ୍ତିି। ପୂର୍ବ ସରକାର ଏହିସବୁ ଘଟଣାରେ ତଦନ୍ତ ପାଇଁ ପୁଲିସକୁ ପ୍ରଭାହିତ କରୁଥିଲେ। ସରକାର ଏବେ ସିବିଆଇକୁ ତଦନ୍ତ ଭାର ଦେଇ ଲୋକଙ୍କ ସନ୍ଦେହ ଦୂର କରିବେ କି ବୋଲି ଜୟନାରାୟଣ କହିଛନ୍ତି।
Powered by Froala Editor