ବନ୍ୟା ସ୍ଥିତି: ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କଲେ ସୁରେଶ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଜନିତ ସ୍ଥିତିକୁ ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେଉଁ ସବୁ ଜିଲା ଅଧିକ ପ୍ରଭାବିତ ହୋଇଛି ଏବଂ କେଉଁ ଜିଲାର କେତୋଟି ବ୍ଲକ ପ୍ରଭାବିତ ହୋଇଛି ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଗଭୀର ଅବପାତ ଯୋଗୁଁ ୩୦ଟି ଜିଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲାରେ ମଧ୍ୟ ବର୍ଷା ବିତ୍ପାତ ରହିଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଥିଲା। ୬ଟି ଓଡ଼୍ରାଫ ଟିମ୍ ଓ ୫ଟି ଅଗ୍ନିଶମ ଟିମ ମାଲକାନଗିରି ଜିଲାରେ ନିୟୋଜିତ ହୋଇଥିଲେ। ରାସ୍ତାରେ ପାଣି ପ୍ରଭାହିତ ହେଉଥିବାରୁ ୮୦ଟି ବୋଟ ନିୟୋଜିତ ହୋଇଥିଲେ। ବର୍ଷା ସତ୍ୱେ କାହାର ମୃତ୍ୟୁ ହୋଇନଥିବାରୁ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ। ମାଲକାନଗିରି ଜିଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରିଲିଫ ସେଣ୍ଟରରେ ସେମାନଙ୍କ ପାଇଁ ରହିବା ଓ ଖାଦ୍ୟର ସୁବିଧା କରାଯାଇଛି। ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ। ଦିନେ କି ଦୁଇ ଦିନରେ ସ୍ଥିତି ସୁଧୁରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ଷୟକ୍ଷତି ନେଇ ଆକଳନ ହୋଇନାହିଁ, ହେବା ପରେ କ୍ଷତିପୂରଣ ପ୍ରଦାନ କରାଯିବ। ଏହାସହିତ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଥିବା ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ଏଡିଜେ, ଅଗ୍ନିଶମ ଡିଜିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Powered by Froala Editor