ଭଡ଼ାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର
କଟକ: ଘର ଭିତରୁ ବନ୍ଦ ଅଛି । ଆଉ ତା ଭିତରେ ଅଛି ଜଣେ ଅଧ୍ୟାପିକାଙ୍କ ମୃତଦେହ । ତେବେ ପୁଲିସ ଏନେଇ ଖବର ପାଇ କବାଟ ଭାଙ୍ଗିବା ସହ ମୃ୍ତଦେହକୁ ଉଦ୍ଧାର କରିଛି । କଟକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ାଘରୁ ସମ୍ପୃକ୍ତ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି । କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ ।
୨ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନକୁ କଲ୍ କରିଥିଲେ। ଅନ୍ୟାନଙ୍କ ଫୋନ୍ ରିଙ୍ଗ୍ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ଗତକାଲି ମଧ୍ୟ କଲେଜ କର୍ତ୍ତୃପକ୍ଷ ଅଧ୍ୟାପିକାଙ୍କୁ ଫୋନ୍ କରିଥିଲେ। ହେଲେ ଫୋନ୍ ରିଙ୍ଗ୍ ହୋଇ କଟିଥିଲେ ମଧ୍ୟ ଉଠାଇ ନଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Powered by Froala Editor