ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ
ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ୪ଟି ଟିମ୍ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଗଣନା ୫ ଦିନ ଧରି ଅର୍ଥାତ୍ ୧୩ ତାରିଖ ଯାଏଁ ଚାଲିବ। ପ୍ରତି ଟିମ୍ରେ ୫ଜଣ ଲେଖାଏଁ ବନ କର୍ମଚାରୀ ସାମିଲ ହୋଇଛନ୍ତି।
ଏବେ ଭିତରକନିକା ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡ଼ୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆ ସମେତ ବାଲିଡ଼ିଆଠାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇବା ସହ ବସା କରି ଅଣ୍ଡା ଦେଇଛନ୍ତି। କନିକା ରେଞ୍ଜର ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜର୍ ଏକମାଣିଆ ବାଲିଡିଆ ଦ୍ବୀପରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି।
Powered by Froala Editor