ବ୍ରିଜ୍ ଉପରେ ଚାଲୁଛି ପାଣି, ଯାତାୟାତ ବାଧାପ୍ରାପ୍ତ
କୋରାପୁଟ: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ଜଳ ପ୍ରଳୟ ସ୍ଥିତି ଉପୁଜିଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବଢିଛି ଜଳସ୍ତର। ଫଳରେ ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ ଡ୍ୟାମରୁ ୪ଟି ଗେଟ୍ ଖୋଲିଛି। ଜଲାପୁଟ ଡ୍ୟାମର ଜଳ ଧାରଣ କ୍ଷମତା ୨ ହଜାର ୭୫୦ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ରହିଛି ୨ ହଜାର ୭୪୯ ଫୁଟ୍ ଛୁଇଁଛି ଜଳସ୍ତର।ସେହିପରି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଥିବା କୁରଲୁ ଓ ବିରି ନଦୀଫୁଲୁଛି। ଫଳରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି।
Powered by Froala Editor