ସୋମବାରଠୁ ଖୋଲିବ ଜିମ୍

ନୂଆଦିଲ୍ଲୀ: ଦିଲ୍ଲୀ ପର୍ୟ୍ୟାୟ କ୍ରମେ ଅନ୍ଲକ୍ ହେଉଛି । ବିବାହ ସମାରୋହ ପାଇଁ ଆୟୋଜକ ୫୦ ଜଣ ଅନୁମତିଙ୍କୁ ନିମନ୍ତ୍ରଣ କରିପାରିବେ । ରାଜ୍ୟ ସରକାର ଏହି ଅନୁମତି ଦେଇଛନ୍ତି । ସୋମବାର ଠାରୁ ଜିମ ଗୁଡ଼ିକ ଖୋଲାଯାଇପାରିବ । ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହା କହିଛନ୍ତି । ଆଦେଶନାମା ଅନୁସାରେ ଦିଲ୍ଲୀରେ ସୋମବାର ଠାରୁ ପାର୍କ, ଜିମ, ବଙ୍କକିଟ ହଲ, ଗଲ୍ଫ କୋର୍ସ ଓ ଯୋଗ କେନ୍ଦ୍ର ଗୁଡ଼ିକ ଖୋଲାଯାଇପାରିବ । ଆଦେଶନାମାରେ କୁହାଯାଇଛି ଯେ, ଯୋଗ କେନ୍ଦ୍ର ଓ ଜିମ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ପରିଚାଳିତ ହେବ । ବାହାର ରାଜ୍ୟରୁ ଆସୁଥବା ଲୋକଙ୍କୁ ଏଣିକି ଇ-ପାସ୍ର ଆବଶ୍ୟକତା ନାହିଁ । ଅନ୍ୟେଷ୍ଟି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ । ପୂର୍ବରୁ ଦିଲ୍ଲୀ ଜିମ ଆସୋସିଏଶନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଆବେଦନ କରିଥିଲେ ଯେ, ପରବର୍ତ୍ତୀ ପର୍ୟ୍ୟାୟର ଅନଲକ ପ୍ରକ୍ରିୟାରେ ଜିମକୁ ସାମିଲ କରାଯାଉ । ଜିମ ଗୁଡ଼ିକ ଗତ ଏପ୍ରିଲ ୧୭ ତାରିଖ ଠାରୁ ବନ୍ଦ ରହିବା ପରେ ସେମାନେ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଗତ ୨୧ ତାରିଖରେ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ, ବାର, ସର୍ବସାଧାରଣ ପାର୍କ ଓ ବଗିଚା ସର୍ବସାଧାରଣଙ୍କ ପାଇଁ ଖୋଲିବ । ବର୍ତ୍ତମାନ ପରିପ୍ରେକ୍ଷୀରେ ବାର ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ପରିଚାଳିତ ହେବ । ଏହା ଦିନ ୧୨ଟାରୁ ରାତି ୧୦ ଟାପ ପର୍ୟ୍ୟନ୍ତ ପରିଚାଳିତ ହୋଇପାରିବ । ସେହିଭଳି ରେଷ୍ଟୁରାଣ୍ଟରେ କାର୍ୟ୍ୟକ୍ରମ ଗୁଡ଼ିକ ସକାଳ ୮ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ଆୟୋଜନ କରାଯିବାକୁ ଅନୁମତି ମିଳିଛି ।
Powered by Froala Editor