ପୋଖରୀରେ ବୁଡ଼ି ନାବାଳିକା ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଲବସପୁର ଗାଁରେ ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ। ମୃତକ ହେଲେ ୧୭ ବର୍ଷୀୟ ଶୋଭାଗିନୀ କର୍ଣ୍ଣ । ଘରେ ନୂଆଖାଇ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଶୋଭାଗିନୀ ଖୁସି ମନରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ।ବହୁ ସମୟ ପର୍ୟ୍ୟନ୍ତ ଝିଅ ନ ଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ଝିଅ କୂଳ ନିକଟରେ ପାଣିରେ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକେ ଅଚେତ ଅବସ୍ଥାରେ ଝିଅକୁ ରେଢ଼ାଖୋଲ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶୋଭାଗିନୀଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor