ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ
ସମ୍ବଲପୁର: ସେପ୍ଟେମ୍ବର ୮ ତାରିଖ ରବିବାର ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାଳ ଚଳଚଞ୍ଚଳ ହୋଇପଡ଼ିଛି। ଶୁଭ ଲଗ୍ନ ସକାଳ ୯ଟା ୧୨ରୁ ୨୭ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ନୀତି ସମ୍ପନ୍ନ ହୋଇଛି। ଏହା ପରେ ମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରକୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Powered by Froala Editor