ଛାତ୍ରୀଙ୍କୁ ବଳାତ୍କାର ପରେ ରାସ୍ତାରେ ଫିଙ୍ଗିଦେଲେ
କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିବାର ଏକ ମାସ ହୋଇନାହିଁ। ସେପଟେ ପଶ୍ଚିମବଙ୍ଗରୁ ପୁଣି ଆସିଛି ଲଜ୍ଜାଜନକ ଘଟଣା। ହୁଗ୍ଲୀ ନିକଟସ୍ଥ ହରିପାଲରେ ଜଣେ ୧୫ ବର୍ଷୀୟ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୌନ ନିର୍ଯାତନା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ବେଙ୍ଗଲର ହୁଗଲୀରେ ଏପରି ଘଟଣା ଘଟିଛି। ଶୁକ୍ରବାର ବିଳିମ୍ବିତ ସନ୍ଧ୍ୟାରେ ପୂରା ଘଟଣା ଘଟିଥିଲା। ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କୁ ଗୋଟିଏ କାରରେ କେହି ଉଠାଇ ନେଇଥିଲା। ଏହାପରେ ହୁଗଲୀ ଜିଲ୍ଲାରେ ଥିବା ହରିପାଲ ସ୍ଥିତ ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ନାହିଁ। ଝିଅ ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରାଯାଇଛି। ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor